ଷଷ୍ଠୀରେ କାତ୍ୟାୟନୀଙ୍କ ଆରାଧନା କଲେ ମିଳେ ଏହି ସବୁ ଶୁଭ ଫଳ, ଜାଣନ୍ତୁ କେମିତି କରିବେ ପୂଜା

ଶାରଦୀୟ ଦୁର୍ଗାପୂଜାର ପ୍ରଥମ ଦିନ । ନବରାତ୍ରର ଷଷ୍ଠ ଦିନ । ଏହି ଦିନରେ ଶକ୍ତି ସ୍ବରୂପା ମା’ ଦୁର୍ଗାଙ୍କର ଷଷ୍ଠ ସ୍ବରୂପ ମା’ କାତ୍ୟାୟନୀଙ୍କର ପୂଜା କରାଯାଏ । ମା’ କାତ୍ୟାୟନୀ କିଏ, କେମିତି ହୁଏ ମା’ଙ୍କର ପୂଜା ଆଉ ମା’ଙ୍କୁ ପ୍ରସନ୍ନ କରିବାକୁ କେମିତି ବିଧି କରିବାକୁ ହୁଏ, ସେ ବିଷୟରେ ଜାଣନ୍ତୁ ।

ଆଜି ନବରାତ୍ରର ଷଷ୍ଠ ଦିନ । ଆଜି ଦୁର୍ଗାଙ୍କର ଷଷ୍ଠ ସ୍ବରୂପ ମା’ କାତ୍ୟାୟନୀଙ୍କର ଆରାଧନା କରାଯାଉଛି । ମନ୍ଦିରରେ ମା’ଙ୍କର ଆରାଧନା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି ।

ମା’ କାତ୍ୟାୟନୀ କିଏ ?

କାତ୍ୟାୟନ ଋଷିଙ୍କ କଠିନ ତପସ୍ୟାରେ ପ୍ରସନ୍ନ ହୋଇ ଆଦିଶକ୍ତି ତାଙ୍କ ଘରେ କନ୍ୟା ଭାବରେ ଜନ୍ମ ନେଇଥିଲେ
ମା’ଙ୍କର ଚାରି ଭୂଜାରେ ପଦ୍ମ, ଖଣ୍ଡା ଓ ସ୍ବସ୍ତିକ ସହ ଆଶୀର୍ବାଦର ମୁଦ୍ରା
ମା’ କାତ୍ୟାୟନୀଙ୍କ ବାହନ ସିଂହ
ସେ ବ୍ରଜମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ, ଗୋପୀମାନେ କୃଷ୍ଣଙ୍କୁ ପାଇବାକୁ ମା’ କାତ୍ୟାୟନୀଙ୍କ ପୂଜା କରିଥିଲେ
ମା’ କାତ୍ୟାୟନୀ ହିଁ ମହିଷାସୁରର ବଧ କରିଥିଲେ
କାତ୍ୟାୟନୀ ହିଁ ନିଜ ବାପାଙ୍କ ବଂଶର ନାମକୁ ଆଗକୁ ନେଇଥିଲେ

ମା’ କାତ୍ୟାୟନୀ ଅସୁର ଓ ପାପୀଙ୍କ ନାଶ କରୁଥିବା ଦେବୀ ବୋଲି କୁହାଯାଆନ୍ତି । ଆଜି ଦିନରେ ମା’ଙ୍କର ପୂଜା ଅର୍ଚ୍ଚନା ଫଳରେ ସାଧକ କାନ୍ତିବାନ ହୁଅନ୍ତି । ପୃଥ୍ବୀ ଲୋକରେ ରହୁଥିବା ଭକ୍ତ ଆଲୌକିକ ତେଜର ମାଲିକ ହୁଅନ୍ତି । ଏବେ ଜାଣନ୍ତୁ କେମିତି ମା’ କାତ୍ୟାୟନୀ ପ୍ରସନ୍ନ ହୁଅନ୍ତି ।

ନବରାତ୍ରର ଷଷ୍ଠ ଦିନରେ
ଶକ୍ତିର ପ୍ରତୀକ ଲାଲ୍‌ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ
ମା’ଙ୍କୁ ମହୁ ଖୁବ୍‌ ପସନ୍ଦ, ପ୍ରସାଦ ଭାବେ ମା’ଙ୍କୁ ମହୁ ଅର୍ପଣ କରନ୍ତୁ

ମା’ କାତ୍ୟାୟନୀଙ୍କର ସାଧନା ଫଳରେ
ସାଧକଙ୍କୁ ମନ ନିୟନ୍ତ୍ରିତ କରିବାର କ୍ଷମତା ପ୍ରାପ୍ତ ହୁଏ
ଭକ୍ତ ସବୁ ଚିନ୍ତା ଓ ବ୍ୟସନରୁ ମୁକ୍ତ ହୁଅନ୍ତି
ମା’ଙ୍କର ପୂଜା ଦ୍ବାରା ବ୍ୟକ୍ତିକୁ ଅଦ୍ଭୁତ ସାହସ ମିଳେ ଓ ସମସ୍ୟାରୁ ଲଂଘି ଯାଏ
ବିବାହ ସମ୍ପର୍କିତ ସବୁ ସମସ୍ୟା ମା’ କାତ୍ୟାୟନୀଙ୍କ ପୂଜା କଲେ ଦୂର ହୁଏ

ଏବେ ଚାରିଆଡ଼େ ନବରାତ୍ରିର ଧୁମ୍‌ । ଘର ହେଉ ବା ମନ୍ଦିର, ସବୁନଠି ମା’ ଦୁର୍ଗାଙ୍କର ଷଷ୍ଠ ସ୍ବପୂପର ଉପାସନା କରାଯାଉଛି । ମା’ଙ୍କର ସାଧନା କରିବା ପାଇଁ ଆପଣ ବି ଏହି ମନ୍ତ୍ର ଜପ କରନ୍ତୁ…
ଚନ୍ଦ୍ର ହାସୋଜ ବଲକରା ଶାର୍ଦୁଲବର ବାହନା
କାତ୍ୟାୟନୀ ଶୁଭଦଧ୍ୟା ଦେବୀ ଦାନବ ଧାତିନି

Related Posts