ପୋର୍ଟ, ଏୟାରପୋର୍ଟ ପରେ ଏବେ ଜାହାଜ ଚଳାଇବେ ଆଦାନୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୋର୍ଟ, ଏୟାରପୋର୍ଟ ପରେ ଏବେ ଜାହାଜ ଚଳାଇବେ ଆଦାନୀ । ଏଥିପାଇଁ ତାଙ୍କ କମ୍ପାନୀ Ocean Sparkle ର ୧୦୦ ପ୍ରତିଶତ ସୋୟାର ଅଧିଗ୍ରହଣ କରିବାକୁ ଘୋଷଣା କରିଛି । ଆଦାନୀ ପୋର୍ଟସ୍ ଆଣ୍ଡ୍ ସ୍ପେଶାଲ ଇକୋନୋମିକ୍ ଜୋନ୍ ଥାର୍ଡ ପାର୍ଟି ମେରାଇନ୍ ସିର୍ଭିସ୍ ଉପଲବ୍ଧ କରାଉଥିବା ଭାରତର ସବୁଠୁ ବଡ କମ୍ପାନୀ ଓସନ୍ ସ୍ପାର୍କଲର ୧୦୦ ପ୍ରତିଶତ ଷ୍ଟକ୍ ଅଧିଗ୍ରହଣ କରିବାକୁ ଯାଉଛି । ଏହି ମେରାଇନ୍ କମ୍ପାନୀକୁ ୧୫ଶହ ୩୦ କୋଟି ଟଙ୍କାରେ କିଣିଛନ୍ତି ଆଦାନୀ ।

ମାସ ମଧ୍ୟରେ ଏହି ଦେଶନେଣ ପୁରା ହେବା ପରେ ଙମରବଦ୍ଭ ଝକ୍ଟ୍ରବକ୍ସଳକ୍ଷର , ଇଚଝଋତ ସହ ମିଶିଯିବ ଏବଂ ଏହାର ମାଲିକ ହୋଇଯିବେ ଗୌତମ ଆଦାନୀ । ସୂଚନା ମୁତାବକ, Ocean Sparkle ୧୯୯୫ ଜୁଲାଇ ୨୬ ତାରିଖରେ ଆରମ୍ଭ ହୋଇଥିଲା । ଏହି କମ୍ପାନୀ କୋର୍ଟ ଅପରେସନ୍ ଓ ମ୍ୟାନେଜମେଣ୍ଟ ସର୍ଭିସ୍ ଦେଇଆସୁଛି । ଏଥିରେ ମେରାଇନ୍ କ୍ରାଫ୍ଟର ସମସ୍ତ ଜ୍ଞାନକୌଶଳ ସଂଲଗ୍ନ ଅଛି । ଭାରତ ବ୍ୟତୀତ ଶ୍ରୀଲଙ୍କା, ସାଉଦୀ ଆରବ, ୟେମେନ, କତାର ଓ ଆଫ୍ରିକାରେ ମଧ୍ୟ ଏହି କମ୍ପାନୀ କାର୍ୟ୍ୟକ୍ଷମ ରହିଛି ।ଏ ଖବର ସାମ୍ନାକୁ ଆସିବା ପାରେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts