୮ ବର୍ଷରେ ବିଦେଶରେ ଆତ୍ମହତ୍ୟା କରିଛନ୍ତି ଚାରି ହଜାର ଭାରତୀୟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୮ ବର୍ଷରେ ବିଦେଶରେ ଆତ୍ମହତ୍ୟା କରିଛନ୍ତି ଚାରି ହଜାର ଭାରତୀୟ । ବିଦେଶ ମନ୍ତ୍ରଣାଳୟ ନିକଟରେ ଉପଲବ୍ଧ ଡାଟା ଅନୁସାରେ ୨୦୧୪ରୁ ବର୍ତ୍ତମାନ ଯାଏଁ ମୋଟ ୪୦୦୫ ଜଣ ବିଦେଶରେ ଆତ୍ମହତ୍ୟା କରିଛନ୍ତି। ତେବେ ଉପସାଗରୀୟ ଦେଶ ଗୁଡିକୁ ରୋଜଗାର ପାଇଁ ଯାଉଥିବା ଭାରତୀୟ ଅଧିକ ଆତ୍ମହତ୍ୟା କରିଥାନ୍ତି। ଡାଟା ଅନୁସାରେ, ୟୁଏଇରେ ଆତ୍ମହତ୍ୟା ମାମଲା ସର୍ବାଧିକ। ୟୁଏଇରେ ମୋଟ ୧୧୨୨ ଜଣ ଭାରତୀୟ ଆତ୍ମହତ୍ୟା କରିଥିବା ବେଳେ ସାଉଦି ଆରବରେ ୧୦୨୪, କୁୱେତ୍ ୪୨୫, ଓମାନ ୩୫୧, ମାଲେସିଆ ୨୫୪, ବାହାରିନ ୧୮୦, କତର ୧୬୫ ଏବଂ ସିଙ୍ଗାପୁରରେ ୧୫୯ ଜଣ ଭାରତୀୟ ଏହି ୮ ବର୍ଷ ମଧ୍ୟରେ ଆତ୍ମହତ୍ୟା କରିଛନ୍ତି।

ବିଦେଶ ମନ୍ତ୍ରଣାଳୟ କହିବା ଅନୁସାରେ, ଏହି ଆତ୍ମହତ୍ୟାର ଅଧିକାଂଶ ଘଟଣା ପଛରେ ବ୍ୟକ୍ତିଗତ ଏବଂ ପାରିବାରିକ କାରଣ ରହିଛି। ମନ୍ତ୍ରଣାଳୟର ବାଦି ବିଦେଶରେ କାମ କରୁଥିବା ଭାରତୀୟଙ୍କ ଅଭିଯୋଗକୁ ପ୍ରାଥମିକତା ଦିଆଯାଉଛି। ସେମାନଙ୍କ ଅସୁବିଧାକୁ ଦୂର କରିବା ପାଇଁ ସବୁ ସମ୍ଭବ ପ୍ରୟାସ କରାଯାଉଛି। ଲୋକସଭାରେ ବିଦେଶ ରାଷ୍ଟ୍ର ମନ୍ତ୍ରୀ ଭି.ମୁରଲୀଧରଣ କହିଛନ୍ତି, ବିଦେଶ ମନ୍ତ୍ରଣାଳୟ ଏବଂ ସରକାରଙ୍କ ମିଶନ ପୋଷ୍ଟରେ ଭାରତୀୟ ନାଗରିକଙ୍କ କଲ୍ୟାଣକୁ ଉଚ୍ଚ ପ୍ରାଥମିକତା ଦିଆଯାଉଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts