ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧି ଆସିବାକୁ ବିରୋଧ କଲେ ଆଦିତ୍ୟ ଠାକରେ

ମୁମ୍ବାଇ(ସତ୍ୟପାଠ ବ୍ୟୁରୋ): ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧି ଆସିବାକୁ ବିରୋଧ କଲେ ଆଦିତ୍ୟ ଠାକରେ । ହିଜାବକୁ ନେଇ ଦିନକୁ ଦିନ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ହିଜାବକୁ ବିରୋଧ କରିବା ତାଲିକାରେ ଏବେ ମହାରାଷ୍ଟ୍ରର ମନ୍ତ୍ରୀ ଆଦିତ୍ୟ ଠାକରେଙ୍କ ନାମ ଯୋଡି ଯାଇଛି। ଆଦିତ୍ୟ ଠାକରେ କହିଛନ୍ତି, ସ୍କୁଲରେ ୟୁନିଫର୍ମ ପିନ୍ଧିବା ଜରୁରୀ ଅଟେ। ଠାକରେ କହିଛନ୍ତି, ସ୍କୁଲ/କଲେଜଗୁଡିକରେ ନିର୍ଦ୍ଧାରିତ ୟୁନିଫର୍ମ ନିୟମର ପାଳନ କରାଯାଉ। ଶିକ୍ଷାନୁଷ୍ଠାନରେ କେବଳ ଶିକ୍ଷା ଉପରେ ଜୋର ଦିଆଯିବା ଉଚିତ୍। ଧାର୍ମିକ କିମ୍ବା ରାଜନୈତିକ ପ୍ରସଙ୍ଗକୁ ସ୍କୁଲ/କଲେଜରେ ଆଣିବା ଉଚିତ୍ ନୁହେଁ। କର୍ଣ୍ଣାଟକର ଉଡୁପି କଲେଜରେ ହିଜାବ ପିନ୍ଧିବା ବିବାଦ ଏବେ ସମଗ୍ର ଦେଶରେ ଛାଇ ଯାଇଛି।

ସୂଚନାଯୋଗ୍ୟ, କର୍ଣ୍ଣାଟକରେ ଉଡୁପିର ଏକ କଲେଜରେ ଛଅ ଜଣ ଛାତ୍ରୀଙ୍କୁ କ୍ଲାସରେ ପ୍ରବେଶ କରିବାକୁ ଏଥିପାଇଁ ଅନୁମତି ଦିଆଗଲା ନାହିଁ କାରଣ ସେମାନେ ୟୁନିଫର୍ମ ବଦଳରେ ହିଜାବ ପିନ୍ଧି କଲେଜ୍ ଆସିଥିଲେ। ଏହା ପରେ ଛାତ୍ରୀମାନେ ଧାରଣାରେ ବସିଥିଲେ। କଲେଜ୍ କର୍ତ୍ତୃପକ୍ଷ ସେମାନଙ୍କର ଦାବି ନଶୁଣିବାରୁ ସେମାନେ ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି। ଆସନ୍ତାକାଲି ଏହି ମାମଲାରେ କୋର୍ଟ କହିଥିଲେ ଯେ, କୌଣସି ବ୍ୟକ୍ତିର ବ୍ୟକ୍ତିଗତ ମାନ୍ୟତାଠୁ ଅଧିକ ଜରୁରୀ ସମ୍ବିଧାନ ଏବଂ ଆଇନର ପାଳନ।

Related Posts