ନୂଆ ଭାରତ, ସମ୍ପୂର୍ଣ୍ଣ ଭାବରେ ଚୀନ ଉପରେ ନିର୍ଭରଶୀଳ: ରାହୁଲ ଗାନ୍ଧୀ

ଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଷ୍ଟାଚ୍ୟୁ ଅଫ୍ ଇକ୍ବାଲିଟି ଚୀନ୍ରେ ନିର୍ମିତ ହୋଇଥିବାରୁ ‘ନୂଆ ଭାରତ’ ‘ଚୀନା-ନିର୍ଭର୍’ ବୋଲି ଆଜି କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ କହିଛନ୍ତି। ଫେବ୍ରୁଆରି ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଦ୍ବାରା ଉଦ୍ଘାଟିତ ୧୩୫ କୋଟି ଟଙ୍କାର ଉକ୍ତ ପ୍ରତିମାକୁ ଚୀନ୍ର ଏର୍ସନ୍ କର୍ପୋରେସନ୍ ନିର୍ମାଣ କରିଛି ବୋଲି ପ୍ରକାଶିତ ରିପୋର୍ଟକୁ ଭିତ୍ତି କରି ରାହୁଲ୍ ଏଭଳି ମନ୍ତବ୍ୟ ଦେଇଛନ୍ତି। ମୂର୍ତ୍ତି ନିର୍ମାଣ ପାଇଁ ୨୦୧୫ ଅଗଷ୍ଟରେ ଠିକା ଦିଆଯାଇଥିଲା। ଉକ୍ତ ରିପୋର୍ଟରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଅଧିକାଂଶ କାମ ଚୀନ୍ରେ ହୋଇଥିବା ଉକ୍ତ ମୂର୍ତ୍ତିଟିକୁ ୧,୬୦୦ ଖଣ୍ଡ କରି ଭାରତକୁ ଅଣାଯାଇଥିଲା। ସବୁ ଅଂଶକୁ ଯଥାସ୍ଥାନରେ ସଂଯୋଗ କରିବାକୁ ପ୍ରାୟ ୧୫ ମାସ ଲାଗିଥିଲା। ମୂର୍ତ୍ତି ତିଆରି ପାଇଁ ଏକ ଭାରତୀୟ କମ୍ପାନି ମଧ୍ୟ ଟେଣ୍ଡର୍ ପକାଇଥିଲା।

Related Posts