ଏଣିକି ଦ୍ୱାଦଶ ମାର୍କ ନୁହେଁ ବରଂ ପ୍ରବେଶିକା ପରୀକ୍ଷାର ମାର୍କକୁ ନେଇ ହେବ ୟୁନିଭରସିଟିରେ ଆଡମିସନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ଦ୍ୱାଦଶ ମାର୍କ ନୁହେଁ ବରଂ ପ୍ରବେଶିକା ପରୀକ୍ଷାର ମାର୍କକୁ ନେଇ ହେବ ୟୁନିଭରସିଟିରେ ଆଡମିସନ । ଏନେଇ ନାସ୍ନାଲ୍ ଟେଷ୍ଟିଂ ଏଜେନ୍ସି ସିୟୁଇଟି ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍ ପ୍ରକ୍ରିୟା ଆରମ୍ଭ କରିଦେଇଥିବା ଜଣାପଡ଼ିଛି । ଚଳିତ ବର୍ଷ ପାଇଁ ଏପ୍ରିଲ୍ର ପ୍ରଥମ ସପ୍ତାହରୁ ଏହି ପରୀକ୍ଷା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ । ୟୁଜିସି ଅଧ୍ୟକ୍ଷ ଏମ୍ ଜଗଦୀଶ ଏନେଇ କହିଛନ୍ତି ଯେ, ଦ୍ୱାଦଶ ଶ୍ରେଣୀ ପରେ ସ୍ନାତକ ପଢ଼ିବା ପାଇଁ କେନ୍ଦ୍ରୀୟ ୟୁନିଭରସିଟି ଗୁଡ଼ିକ ସିୟୁଇଟି ମାର୍କକୁ ବିଚାରକୁ ନେବେ । ଚଳିତ ବର୍ଷ ଠାରୁ ଏହି ନିୟମ ଲାଗୁ ହେବ ଏବଂ ଦ୍ୱାଦଶ ଶ୍ରେଣୀରେ ରଖିଥିବା ମାର୍କ ବଦଳରେ ସିୟୁଇଟି ମାର୍କ ଆଧାରରେ ସିଲେକ୍ସନ ହେବ ।

ଏହି ଏଣ୍ଟ୍ରାନ୍ସ ଜୁଲାଇ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବା ନେଇ ସେ ସୂଚନା ଦେଇଛନ୍ତି । ୨୦୨୨-୨୩ ଶିକ୍ଷା ବର୍ଷ ପାଇଁ ନାସନାଲ୍ ଟେଷ୍ଟିଂ ଏଜେନ୍ସି ଉଭୟ ସ୍ନତକ ଏବଂ ସ୍ନାତକତ୍ତୋର ଶିକ୍ଷା ପାଇଁ ଏଣ୍ଟ୍ରାନ୍ସ କରାଇବ । ସମସ୍ତ ୟୁନିଭରସିଟି ଏହାର ଅଧିନରେ ଥିବା ସମସ୍ତ ବିଭାଗ ପାଇଁ ସିୟୁଇଟି ମାର୍କକୁ ବିଚରକୁ ନେବେ ବୋଲି ଜଗଦୀଶ କୁମାର ସାମ୍ୱାନ୍ଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେପଟେ ଏହି ଏଣ୍ଟ୍ରାନ୍ସ ଟେଷ୍ଟ କମ୍ପ୍ୟୁଟର ବେସ ହେବ । ଛାତ୍ରଛାତ୍ରୀମାନଙ୍କ ପାଇଁ ଅବଜେକ୍ଟିଭ୍ ଟାଇପ୍ରେ ପ୍ରଶ୍ନପତ୍ର ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି ।

Related Posts