ରାମ ମନ୍ଦିର ନିର୍ମାଣରେ ଲାଗିବ ମାଲକାନଗିରି ସୀତାକୁଣ୍ଡର ପାଣି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାମ ମନ୍ଦିର ନିର୍ମାଣରେ ଲାଗିବ ମାଲକାନଗିରି ସୀତାକୁଣ୍ଡର ପାଣି । ଏନେଇ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଡକ୍ଟର ଗଣେଶୀ ଆଜି ମାଲକାନାଗିରି ଜିଲ୍ଲାରେ ଥିବା ବଣ୍ଡା ଘାଟି ଗସ୍ତ କରିଛନ୍ତି। ସ୍ୱତନ୍ତ୍ର କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ରାଜ୍ୟପାଳ ମୁଦୁଲିପଡ଼ାରେ ଥିବା ସୀମା ସୁରକ୍ଷା ବଳ କ୍ୟାମ୍ପରେ ହେଲିକ୍ୟାପ୍ଟରରେ ପହଞ୍ଚିଥିଲେ। ପରେ ସେଠାରୁ ସେ କାରରେ ବଣ୍ଡା ଘାଟିର ସୀତା କୁଣ୍ଡ ପାଖରେ ଯାଇଥିଲେ ।

ପରେ ସେ ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବା ସହିତ ସେଠାରେ ଥିବା ସୀତା କୁଣ୍ଡରୁ ଅଯୋଧ୍ୟାରେ ତିଆରି ହେଉଥିବା ଭବ୍ୟ ରାମ ମନ୍ଦିର ପାଇଁ ଜଳ ସଂଗ୍ରହ କରିଛନ୍ତି । ଏହା ପରେ ରାଜ୍ୟପାଳ ରାଷ୍ଟ୍ରୀୟ କବି ସଂଘ ତରଫରୁ ଆୟୋଜିତ ସଭାରେ ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟପାଳ କହିଛନ୍ତି, ବଣ୍ଡା ହେଉଛନ୍ତି ଆଦିମ ଜନଜାତି । ସେମାନଙ୍କ ପ୍ରତି ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବା ଦରକାର ।

Related Posts