ବିଜ୍ଞାପନରେ ରାଷ୍ଟ୍ରପତିଙ୍କ ଫଟୋ, କରଞ୍ଜିଆ ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ଲଗାଯାଇଛି ବ୍ୟାନର୍‌ ଓ ହୋର୍ଡ଼ିଂ ଲଗାଇଛି

କରଞ୍ଜିଆ ଗୋଲେଇ : ବିଜ୍ଞାପନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଫଟୋ । ଏକ ସୋରିଷ ତେଲ କମ୍ପାନି କରଞ୍ଜିଆ ସହର ସମେତ ଆଖପାଖ ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ବଡ଼ବଡ଼ ବ୍ୟାନର୍‌ ଓ ହୋର୍ଡ଼ିଂ ଲଗାଇଛି।

ନିଜ ଉତ୍ପାଦକୁ ବିଜ୍ଞାପିତ କରିବା ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ଫଟୋ ଲଗାଇବା ସାମ୍ବିଧାନିକ ପଦମର୍ଯ୍ୟାଦା ଓ ବିଧିବ୍ୟବସ୍ଥା ପ୍ରତି ଘୋର ଅପମାନ। ଏଭଳି କରି କମ୍ପାନି ରାଷ୍ଟ୍ରପତିଙ୍କ ମର୍ଯ୍ୟାଦାହାନି କରିଥିବାରୁ ମହିଳା ଆଇନଜୀବୀ ଝରଣା ପୃଷ୍ଟି କରଞ୍ଜିଆ ଥାନାରେ ଏତଲା ଦେବା ସହ ରାନୀ ସୋରିଷ ତେଲ କମ୍ପାନି ଓ ବିତରକଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Related Posts