ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୃହମନ୍ତ୍ରୀ ଅମିତ୍ ଶାହା ଆଫ୍‌ସ୍ପାକୁ ନେଇ ବଡ ଘୋଷଣା କରିଛନ୍ତି। ତେବେ ସେ କହିଛନ୍ତି ଯେ, ୨୦୨୭ ସୁଦ୍ଧା ଗୋଟିଏ କିମ୍ବା ଦୁଇଟି ରାଜ୍ୟ ବ୍ୟତୀତ ସମଗ୍ର ଉତ୍ତର-ପୂର୍ବ ଅଞ୍ଚଳରୁ ସଶସ୍ତ୍ର ବାହିନୀ (ସ୍ୱତନ୍ତ୍ର କ୍ଷମତା) ଅଧିନିୟମ (ଆଫ୍‌ସ୍ପା) ପ୍ରତ୍ୟାହାର କରାଯିବ। ଶାହ କହିଛନ୍ତି ଯେ ଆଫ୍‌ସ୍ପା ପରିସରରେ କ୍ରମାଗତ ହ୍ରାସ ଏହି ଅଞ୍ଚଳରେ ଶାନ୍ତି ଫେରିବାର ସଙ୍କେତ ଦେଉଛି।

ଏହା ବ୍ୟତୀତ ଆସାମ ଓ ନାଗାଲାଣ୍ଡ ମଧ୍ୟରେ ବିବାଦୀୟ ସୀମା ଅଞ୍ଚଳରେ ତୈଳ ଓ ଗ୍ୟାସ ଉତ୍ପାଦନ ପୁଣି ଆରମ୍ଭ କରିବାକୁ କେନ୍ଦ୍ର ସରକାର ରାଜି ହୋଇଛନ୍ତି। ଶାହ କହିଛନ୍ତି ଯେ, ଏହି ଚୁକ୍ତିନାମା ଦ୍ୱାରା ତୈଳ ଉତ୍ପାଦନ କ୍ଷମତା ବର୍ତ୍ତମାନର ଦୈନିକ ୧,୦୦୦-୧,୫୦୦ ବ୍ୟାରେଲରୁ ପ୍ରାୟ ୧୦ ଗୁଣ ବୃଦ୍ଧି ପାଇବ। ଗୋଟିଏ ତୈଳ କ୍ଷେତ୍ରରୁ ୧୫,୦୦୦ କୋଟିରୁ ଅଧିକ ମୂଲ୍ୟର ତୈଳ ଓ ଗ୍ୟାସ ଉପଲବ୍ଧ ହେବ ବୋଲି ଆକଳନ କରାଯାଇଛି ବୋଲି ଗୃହମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ।