୪ ଦିନ ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ନର୍ସିଂ ଅଫିସର; ଆଜିଠୁ ସ୍ଵାଭାବିକ ହେବେ ସ୍ବାସ୍ଥ୍ୟ ସେବା

ଭୁବନେଶ୍ୱର,୨୯/୯(ସତ୍ୟପାଠ ବ୍ୟୁରୋ): ଆନ୍ଦୋଳନରୁ ଓହରିଲେ ନର୍ସ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା ପରେ ସଂଘ ୪ ଦିନ ଧରି କରୁଥିବା ଆନ୍ଦୋଳନ ପ୍ରତ୍ୟାହାର କରିଛି । ଆଜି ହିଁ ସମସ୍ତେ କାର୍ଯ୍ୟରେ ଯୋଗ ଦେବେ ବୋଲି ସଂଘ ସାଧାରଣ ସମ୍ପାଦକ ସୂଚନା ଦେଇଛନ୍ତି । ନର୍ସିଂ ସଂଘର ୧୦ ଦଫା ଦାବି ଉପରେ ଆଜି ଲୋକସେବା ଭବନରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା । ଏହାପରେ ସଂଘ ସହ ଆଲୋଚନା ଫଳପ୍ରଦ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ।

୨୦୧୩ ପୂର୍ବରୁ ନିଯୁକ୍ତ ନର୍ସିଂ ଅଫିସରଙ୍କ ୬ ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ମୂଳ ଚାକିରି ସୀମାରେ ମିଶାଇ ପଦୋନ୍ନୋତି, ଆର୍ଥିକ ସୁବିଧା ପ୍ରଦାନ, ବରିଷ୍ଠତା ଭିତ୍ତିରେ ପଦୋନ୍ନତି, ଆଉଟ୍ ସୋର୍ସିଂ ନିଯୁକ୍ତି ବନ୍ଦ, ନର୍ସିଂ ଅଫିସରଙ୍କ ଡ୍ରେସ୍ କୋଡ୍ ପରିବର୍ତ୍ତନ ଭଳି ୧୦ ଦଫା ଦାବି ନେଇ ୪ ଦିନ ହେଲା ଆନ୍ଦୋଳନରେ ବସିଥିଲା ଓଡ଼ିଶା ନର୍ସିଂ କର୍ମଚାରୀ ସଂଘ। ଏପରିକି କାଲି ଠାରୁ ନର୍ସମାନେ ଦିନରାତି ସିରିଞ୍ଜ୍ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଥିଲେ ।

Related Posts