‘ମୋ ପରେ ତେଜସ୍ଵୀ ଦଳର ସୁପ୍ରିମୋ ହେବେ’; ଆର୍‌ଜେଡିର ଜାତୀୟ କାର୍ଯ୍ୟକାରିଣୀରେ ଲାଲୁଙ୍କ ବଡ ଘୋଷଣା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ରାଷ୍ଟ୍ରୀୟ ଜନତା ଦଳ ( ଆର୍‌ଜେଡି )ର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ପରେ ଦଳର ସୁପ୍ରିମୋ ହେବେ ତାଙ୍କ ପୁଅ ତେଜସ୍ବୀ ଯାଦବ। ଦଳର ସମସ୍ତ ଗୁରୁତ୍ବପୂର୍ଣ୍ଣ ଏବଂ ନୀତିଗତ ନିଷ୍ପତ୍ତି ତେଜସ୍ବୀ ହିଁ ନେବେ ବୋଲି ଲାଲୁ କହିଛନ୍ତି। ଦଳର ସଂଗଠନକୁ ଏକଜୁଟ ରଖିବା ଏବଂ ଅଧିକ ଶକ୍ତିଶାଳୀ କରିବା ପାଇଁ ତେଜସ୍ବୀଙ୍କ ନେତୃତ୍ବକୁ ସମସ୍ତଙ୍କୁ ସମର୍ଥନ କରିବାକୁ ହେବ ବୋଲି ଲାଲୁ କହିଛନ୍ତି। ଦଳର ନେତାମାନେ ବିନା କାରଣରେ ବୟାନବାଜି ନ କରିବା ପାଇଁ ଲାଲୁ ତାଗିଦ କରିବା ସହ ଏଣିକି ତେଜସ୍ବୀ ଯାଦବ ହିଁ ମିଡିଆରେ ଦଳର ବୟାନ ଜାରି କରିବେ ବୋଲି ଲାଲୁ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ ଯେ, ଏହି ବୈଠକରେ ଲାଲୁ ଯାଦବଙ୍କୁ ସର୍ବସମ୍ମତିକ୍ରମେ ପୁଣି ଥରେ ଆର୍‌ଜେଡି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ କରାଯାଇଛି। ଲାଲୁ ଦ୍ବାଦଶ ଥର ପାଇଁ ଦଳର ଜାତୀୟ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ଆଜି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେ ଦାୟିତ୍ବ ଗ୍ରହଣ କରିବେ । ଗତକାଲି ଏହି ବୈଠକରେ କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ରାଜନୈତିକ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଥିଲା।

Related Posts