ରୁଟି-କପଡ଼ା-ମକାନ ପରେ ଏବେ ଚିକିତ୍ସା ବି ହେଲା ମହଙ୍ଗା: ବରୁଣ ଗାନ୍ଧୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ ବୃଦ୍ଧି ପାଉଥିବା ଦରଦାମ୍‌ ବୃଦ୍ଧି ନେଇ ଭାଜପା ଏମ୍‌ପି ବରୁଣ ଗାନ୍ଧୀ ନିଜ ସରକାରକୁ ପୁଣି ଘେରିଛନ୍ତି। ଏହା ପ୍ରଥମ ଥର ନୁହେଁ ଯେ ସେ ଭାଜପା ସରକାରଙ୍କୁ ସେ ଟାର୍ଗେଟ କରିଛନ୍ତି। ଏହାପୂର୍ବରୁ ମଧ୍ୟ ଅନେକ ଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ସେ ସମାଲୋଚନା କରି ସାରିଛନ୍ତି। ଦରଦାମ ବୃଦ୍ଧି ପାଇଁ ଏବେ ସେ ସରକାରଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ କେବଳ ଅତ୍ୟାବଶ୍ୟକ ତଥା ବ୍ୟବହାର ଯୋଗ୍ୟ ଔଷଧର ଦାମ୍‌ରେ ବୃଦ୍ଧି ହୋଇନାହିଁ, ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସା କରିବା ମଧ୍ୟ ମହଙ୍ଗା ହୋଇ ପଡିଛି। ସେ କହିଛନ୍ତି ଯେ ୮୦୦ ଅତ୍ୟାବଶ୍ୟକ ତଥା ସାଧାରଣ ବ୍ୟବହାର ଔଷଧର ଦାମ୍‌ ବୃଦ୍ଧି ପରେ ବର୍ତ୍ତମାନ ଡାକ୍ତରଖାନାଗୁଡ଼ିକରେ ଚିକିତ୍ସା ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ଠାରୁ ଅଧିକ ମହଙ୍ଗା ହୋଇ ପଡିଛି।

ରୁଟି ମହଙ୍ଗା, ପୋଷାକ ମହଙ୍ଗା, ଘର ମହଙ୍ଗା ଏବଂ ବର୍ତ୍ତମାନ ଚିକିତ୍ସା ବି ମହଙ୍ଗା ହୋଇଛି ବୋଲି ସେ କହିଛନ୍ତି। ସ୍ବାସ୍ଥ୍ୟ ଏବଂ ଶିକ୍ଷା ହେଉଛି ମୌଳିକ ଆବଶ୍ୟକତା। ମାତ୍ର ଏହା ଏବେ ଏହାର ଖର୍ଚ୍ଚ ଢ଼େର ବୃଦ୍ଧି ପାଇଛି। ଦରଦାମ୍‌ ବୋଝରେ ଚାପି ହୋଇଥିବା ହୋଇଥିବା ସାଧାରଣ ଲୋକ କେବେ ଆରାମ ପାଇବେ? ତାହାର ଅନୁସନ୍ଧାନ ଆବଶ୍ୟକ ବୋଲି ସେ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚା ଜୋର୍ ଧରିଛି ।

Related Posts