ସିବିଆଇ ପରେ ଏବେ ଇଡିର ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ମନି ଲଣ୍ଡରିଙ୍ଗ ମାମଲା ରୁଜୁ

ନୂଆଦିଲ୍ଲୀ : ବଢ଼ିଲା ଦିଲ୍ଲୀ ଅବକାରୀ ନୀତିକୁ ନେଇ ଭ୍ରଷ୍ଟାଚାର ମାମଲାରେ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଅଡ଼ୁଆ । ସିବିଆଇ ପରେ ଏବେ ଆକ୍ସନ ମୁଡ୍ ରେ ଇଡି । ତାଙ୍କ ବାସ ଭବନରେ ସିବିଆଇ ଚଢ଼ଉ ପରେ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନିଷଙ୍କ ନାଁରେ ମନି ଲଣ୍ଡରିଙ୍ଗ ମାମଲା ରୁଜୁ କରିଛି।

ସୂଚନା ଅନୁସାରେ ଇଡି ପ୍ରିଭନସନ ଅଫ ମନି ଲଣ୍ଡରିଙ୍ଗ ଆକ୍ଟରେ ଅପରାଧିକ ଧାରା ଅଧୀନରେ ଔପଚାରିକ ମାମଲା ରୁଜୁ କରିଛି। ଏଜେନ୍ସି ଏବେ ସିସୋଦିଆଙ୍କ ସହିତ ବିଭିନ୍ନ ସରକାରୀ ଅଧିକାରୀ ଓ ଅନ୍ୟ ବ୍ୟକ୍ତିମାନଙ୍କ ସମ୍ପୃକ୍ତିକୁ ନେଇ ତଦନ୍ତ କରିବା ସହିତ ଏହି ମାମଲାରେ ମିଳିଥିବା ବେଆଇନ୍‌ ଅର୍ଥର ସମ୍ଭାବିତ କାରଣ ଯାଞ୍ଚ କରିବ। ଇଡି ଏକ ଆର୍ଥିକ ତଦନ୍ତ ଏଜେନ୍ସି ଯିଏକି ଏହି ମାମଲାରେ ମନି ଲଣ୍ଡରିଙ୍ଗ ମାମଲାର ଯାଞ୍ଚ କରିବ।

ନୀତି ନିର୍ମାଣ ଓ ସମ୍ୱନ୍ଧୀୟ ସଂସ୍ଥା ଗୁଡ଼ିକରେ ଯଡ଼ିତ ଥିବା ବ୍ୟକ୍ତି ଓ କମ୍ପାନୀମାନେ ‘ପିଏମଏଲଏ’ (ପ୍ରିଭେନସନ ଅଫ ମନି ଲଣ୍ଡରିଙ୍ଗ ଆକ୍ଟ)ର ପରିଭାଷା ଅଧୀନରେ ଅପରାଧର ଆୟ ଏବଂ ଅବୈଧ ବା ବେନାମି ସମ୍ପତ୍ତିରେ କୌଣସି ନିର୍ମାଣ କରିଥିଲେକି ନାହିଁ ଏସବୁକୁ ଇଡି ଏବେ ତଦନ୍ତ କରିବ। ଇଡି ପାଖରେ ଏଭଳି ବେଆଇନ୍‌ ସମ୍ପତ୍ତିକୁ ବାଜ୍ୟାପ୍ତି କରିବା ଓ ମନିଲଣ୍ଡରିଙ୍ଗ ମାମଲାରେ ଯଡ଼ିତ ଥିବା ଲୋକମାନଙ୍କୁ ପଚରାଉଚୁରା କରିବା, ଗିରଫ କରିବା ଓ ତାଙ୍କ ବିରୋଧରେ ମକଦମା ରୁଜୁ କରିବାର ଅଧିକାର ରହିଛି।

Related Posts