ବିଜେଡି ରେ ବିଦ୍ରୋହ !

ସବୁ ରାଜନୈତିକ ଦଳ ବା ଶାସନ ଙ୍କ ର ପତନ ର ସୂତ୍ରପାତ ଏକ ବିଦ୍ରୋହ ରୁ ହିଁ ହୋଇଥାଏ

ଯାହା ଆଶା କରାଯାଉଥିଲା ଶେଷରେ ସେୟା ହିଁ ହେଲା। ସବୁ ରାଜନୈତିକ ଦଳ ବା ଶାସନ ଙ୍କ ର ପତନ ର ସୂତ୍ରପାତ ଏକ ବିଦ୍ରୋହ ରୁ ହିଁ ହୋଇଥାଏ। ନବୀନ ପଟ୍ଟନାୟକ ଙ୍କ ୨୨ ବର୍ଷର ରାଜନୈତିକ କ୍ୟରିଆରରେ ଯାହା ହୋଇ ନଥିଲା ଶେଷରେ ତାହାହିଁ ହେବା ଆରମ୍ଭ କରିଛି। ଦିନ ଥିଲା ଟିକଟ ମିଳୁ ବା ନ ମିଳୁ ବିଜେଡିର ଆଚ୍ଛା ଆଚ୍ଛା ନେତାଙ୍କ ମୁହଁରୁ ଉଁ କି ଚୁଁ ବାହାରୁ ନଥିଲା। ହେଲେ ଏଥର ନବାବଙ୍କ ମୁହଁରେ ଜବାବ୍ ଦେବା ଆରମ୍ଭ କରିଛନ୍ତି ବିଜେଡି ର ଅସନ୍ତୁଷ୍ଟ ନେତା।

ଜଣେ ପରେ ଜଣେ ଯେଭଳି ଭାବେ ବିଜେଡିର ଟିକେଟ ରୁ ବଞ୍ଚିତ MLA, MP ମୁହେଁ ମୁହେଁ ନବୀନଙ୍କୁ ଗାଲିଦେବା ଆରମ୍ଭ କଲେଣି, ଏହା ଯେ ଝଡ଼ ପୂର୍ବର ଝାଞ୍ଜି ଏହା ବୁଝିବାକୁ ବାକି ନାହିଁ। ପ୍ରଥମେ ନବରଙ୍ଗପୁର ସାଂସଦ ନବୀନଙ୍କ ମୁହଁରେ ଇସ୍ତଫା ପତ୍ର ଫୋପାଡିବାର ଅୟମାରମ୍ଭ କଲେ ଓ ତା ପରେ ପରେ ଦଳରେ ଧରିଲା ଦିଦ୍ରୋହ ର ନିଆଁ। ଗତକାଲି କଳାହାଣ୍ଡି ସାଂସଦ ଅର୍କ କେଶରୀ ଇସ୍ତଫା ଦେବା ର ୨୪ ଘଣ୍ଟା ପୁରିନି କନ୍ଧମାଳ ସାଂସଦ ପ୍ରତ୍ୟୁଷା ଦେବୀ ଛାଡ଼ିଲେ ଦଳ। ସୁନ୍ଦରଗଡ଼ର କୁସୁମ ଟେଟେ କାନ୍ଦି କାନ୍ଦି ଇସ୍ତଫା ଦେଇଥିଲେ । ଜୁନାଗଡ଼ର ପ୍ରମୋଦ ପଟ୍ଟନାୟକ ଏବଂ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ.ନାରାୟଣ ରାଓ ଇସ୍ତଫା ଦେଇଥିଲେ । ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ ଇସ୍ତଫାଦେଇଥିଲେ । ଆସିକା ବିଧାୟକ ଦେବରାଜ ମହାନ୍ତି, କଣ୍ଟାବାଂଝୀ ବିଧାୟକ ଆୟୁବ ଖାଁଙ୍କ ଯେ କୌଣସି ମୁହୁର୍ତ୍ତରେ ଦଳ ଛାଡ଼ିପାରନ୍ତି ।

ବିଜେଡି ପାଇଁ ସବୁଠୁ ବିପଦପୂର୍ଣ୍ଣ ସଂକେତ ହେଲା ଟିକେଟ୍ ରୁ ବଞ୍ଚିତ  ସବୁ ନେତା ଓ ନେତ୍ରୀ ଏବେ ବିଜେପି ମୁହାଁ। ଏପଟେ ବିଜେଡି ଛାଡ଼ିଲେ ସେପଟେ ଦିଲ୍ଳୀ ଟିକଟ କାଟି ବିଜେପି ରେ ଯୋଗ ଦିଅ । କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ତାଙ୍କ ଇସ୍ତଫାପତ୍ରରେ କହିଛନ୍ତି, ମୋତେ ପୁନର୍ବାର ଟିକେଟ ମିଳିବ ବୋଲି ଆଶା ଦିଆଯାଇଥିଲା । ମାତ୍ର ଟିକେଟ କାଟି ଦିଆଗଲା । ମୁଁ ନୟାଗଡ଼ ଓ କନ୍ଧମାଳବାସୀଙ୍କ ପାଇଁ ସେବା କରିଛି । ମୋ ପ୍ରତି ଅନ୍ୟାୟ କରାଯାଇଛି । ଅରୁଣ ସାହୁଙ୍କ ଜାଗାରେ ନୟାଗଡ଼ ବିଧାନସଭା ଆସନରୁ ଟିକେଟ ପାଇବାକୁ ଏଥର ଆଶା ରଖିଥିଲେ ପ୍ରତ୍ୟୁଷା । ସେ ଦରକାର ପଡ଼ିଲେ ସ୍ୱାଧୀନ ଭାବେ ଲଢ଼ିବେ ବୋଲି ଗତକାଲି କହିଥିଲେ । ମାତ୍ର ଆଜି ବିଜେଡ଼ିରୁ ଇସ୍ତଫା ଦେଇଥିବାରୁ ସେ ବିଜେପିରେ ଯୋଗଦେଇ ନୟାଗଡ଼ରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚା ଚାଲିଛି।

ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ ବିଜେଡ଼ି ସୁପ୍ରେମୋଙ୍କ ଉପରେ ତାଙ୍କର ଅସନ୍ତୋଷ ଝାଡ଼ିଛନ୍ତି । ଦଶପଲ୍ଲାରେ ସେ ବହୁତ କାମ କରିଛନ୍ତି । ଏଥର ଟିକେଟ ପାଇଥିବା ରମେଶ ବେହେରା ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ବୋଲି ସେ ଅଭିଯୋଗ କରିଛନ୍ତି।। ତାଙ୍କ ନାଁରେ ୭/୮ କୋଟି ଟଙ୍କା ହଡ଼ପ ଅଭିଯୋଗ ଅଛି । ଏଭଳି ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ତାଙ୍କୁ ବଳି ପକାଯାଇଛି ବୋଲି ସେ କହିଛନ୍ତି। ପୂର୍ଣ୍ଣଚନ୍ଦ୍ର ବିଜେପିରେ ଯୋଗଦେଇ ଦଶପଲ୍ଲାରୁ ଲଢ଼ିପାରନ୍ତି ।

ଗତକାଲି ବିଜେଡ଼ିରୁ ଇସ୍ତଫା ଦେଇଥିବା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ନାରାୟଣ ରାଓ ଆଜି ଦିଲ୍ଲୀରେ ବିଜେପିରେ ଯୋଗଦେଇଛନ୍ତି । ପାରଳାଖେମୁଣ୍ଡିରୁ ସେ ବିଜେପି ପ୍ରାର୍ଥୀ ହେବା ନିଶ୍ଚିତ ହୋଇଯାଇଛି ।

ଅବଶ୍ୟ ଏ କଥା ସତ୍ୟ ଯେ ନବୀନ ଏବେ ବୃଦ୍ଧ ଓ ଅସୁସ୍ଥ। ୨୦୦୦, ୨୦୦୪, ୨୦୦୯ ଓ ,୨୦୧୪ ଭଳି ଦେହରେ ଶକ୍ତି ଓ ଗତି ର ବେଗ ପ୍ରଖର ନାହିଁ ସତ ହେଲେ ଏବେଠାରୁ ୨୦୧୯ ନିର୍ବାଚନ ଫଳାଫଳ ନେଇ ନବୀନଙ୍କ ପଲିଟିକାଲ ଓବେଚୁଆରି ଲେଖିବା ନିହାତି ନିର୍ବୋଧତା ହେବ।

Related Posts