ନବୀନଙ୍କୁ ନିରଞ୍ଜନଙ୍କ ହାତ ଭରସା

ଉପରକୁ ସବୁ ଶାନ୍ତି ଶାନ୍ତି । କିନ୍ତୁ ଭିତରେ ଚାଲିଛି ଟଣା ଟାଣି। ଧର୍ମେନ୍ଦ୍ର vs ବୈଜୟନ୍ତ ପତିଆରା ଲଢେଇରେ ପ୍ରଥମ ଶିକାର ହେଲେ ଗନ୍ଦିଆ ର ପୂର୍ବତନ ବିଧାୟକ ନବୀନ ନନ୍ଦ। ବାବୁ ବୈଜୟନ୍ତ ବିଜେପିରେ ମିଶିବା ପରେ ସମସ୍ତେ ଭାବିଥିଲେ ନବୀନ ନନ୍ଦ ମଧ୍ୟ ବିଜେପି କୁ ଯିବେ। କିନ୍ତୁ ସେଭଳି କିଛି ହେଲାନାହିଁ।

ଶେଷରେ ଆଜି କଂଗ୍ରେସ ରେ ଯୋଗ ଦେଇଛନ୍ତି ନନ୍ଦ। ହଠାତ୍ କଂଗ୍ରେସ ରେ ଯୋଗ ଦେବା ନେଇ ପ୍ରଶ୍ନ, ନବୀନ ବିଜେପି ନ ଯାଇ କଂଗ୍ରେସ କୁ ଗଲେ କାହିଁକି ? ଭିତିରି କଥା ହେଲା ପଣ୍ଡା ଓ ପ୍ରଧାନଙ୍କ କୋଲ୍ଡ ୱାର୍। ଢେଙ୍କାନାଳରେ ବୈଜୟନ୍ତ ଙ୍କ ଦବ ଦବା ବଢେଇ ଦେବାକୁ ଚାହୁଁ ନାହାଁନ୍ତି ଧର୍ମେନ୍ଦ୍ର। ପ୍ରଧାନଙ୍କ ପୁରୁଣା ଗଡ଼ ହେଲା ଢେଙ୍କାନାଳ ଆଉ ସେଠାରେ ବୈଜୟନ୍ତ ନିଜର କା ‘ ଭାବରେ ନବୀନ ନନ୍ଦଙ୍କ ମଞ୍ଜି ପୋତିବାକୁ ଚାହୁଁଛନ୍ତି।

ଶୁଣିବା କଥା ଯେ ନବୀନଙ୍କୁ ଗନ୍ଦିଆ Ticket ଦେବା ନେଇ ରୋକଠୋକ୍ ମନାକଲେ ଧର୍ମେନ୍ଦ୍ର। ବୈଜୟନ୍ତ ବି ଛାଡ଼ିବା ଲୋକ ନୁହଁନ୍ତି, ନିଜର ଦିଲ୍ଲୀ ଲବି ଜୋର୍ ଲଗେଇଲେ ହେଲେ ବିଜେପିରେ ଧର୍ମେନ୍ଦ୍ରଙ୍କ ମୋଟା ଚେର ଆଗରେ କାମ ଦେଲାନି ବୈଜୟନ୍ତ ଙ୍କ ମାମଲତକାରି। ତେଣୁ ଶେଷରେ ନବୀନ ନନ୍ଦ ଧରିଲେ ନିରଞ୍ଜନଙ୍କ ହାତ।

Related Posts