ଜ୍ୟୋତିରାଦିତ୍ୟ ସିନ୍ଧିଆ କେନ୍ଦ୍ର ମନ୍ତ୍ରୀ ହେବା ପରେ ବିଜେପି ମନ୍ତ୍ରୀଙ୍କୁ ବର୍ନୋଲ କ୍ରିମ ପଠାଇଲା କଂଗ୍ରେସ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର :  ବୁଧବାର ହୋଇଥିବା କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଦାୟିତ୍ବ ଦିଆଯାଇଛି। ସେ ଗତ ବର୍ଷ କଂଗ୍ରେସ ଛାଡି ବିଜେପିରେ ସାମିଲ୍ ହୋଇଥିଲେ। ତେବେ ସିନ୍ଧିଆଙ୍କୁ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ପଦ ମିଳିବା ପରେ ଏବେ ମଧ୍ୟପ୍ରଦେଶ ରାଜନୀତି ସରଗରମ। ଜଣେ କଂଗ୍ରେସ ନେତା ଶନିବାର ଦିନ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ନିକଟକୁ “ବର୍ନୋଲ କ୍ରିମ” ପଠାଇଛନ୍ତି। କଂଗ୍ରେସ ପ୍ରବକ୍ତା ନରେନ୍ଦ୍ର ସାଲୁଜା ନରୋତ୍ତମ ମିଶ୍ରଙ୍କୁ ଏହି କ୍ରିମ୍ ପଠାଇଛନ୍ତି। ଯେତେବେଳେ ସିନ୍ଧିଆ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ସେତେବେଳେ ବିଜେପି ନେତା କଂଗ୍ରେସ ପାଖକୁ “ବର୍ନୋଲ କ୍ରିମ” ପଠାଇଥିବା ଦାବି କରି ଥିଲେ। ଏବେ ଯେତେବେଳେ ନରେନ୍ଦ୍ର ମୋଦୀ କ୍ୟାବିନେଟରେ ପୂର୍ବତନ କଂଗ୍ରେସ ନେତା ସିନ୍ଧିଆଙ୍କୁ ସ୍ଥାନ ମିଳିଛି ସେତେବେଳେ ବିଜେପି ନେତାଙ୍କୁ ବର୍ନୋଲ କ୍ରିମ୍ (ଯାହା ସାମାନ୍ୟ ପୋଡାଜଳା ଆଘାତ ପାଇଁ ବ୍ୟବହୃତ ହୁଏ) ର ଅଧିକ ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି।

 “ଯେତେବେଳେ ସିନ୍ଧିଆ କଂଗ୍ରେସ ପ୍ରତି ବିଶ୍ବାସଘାତକତା କରିଥିବା ଅଭିଯୋଗରେ କଂଗ୍ରେସ ଏକ ବିବୃତ୍ତି ଜାରି କରିଥିଲା, ସେତେବେଳେ ନରୋତ୍ତମ ମିଶ୍ର କହିଥିଲେ ଯେ ସେ କଂଗ୍ରେସକୁ ବର୍ନୋଲ ପଠାଇବେ। ବର୍ତ୍ତମାନ ଆମେ(କଂଗ୍ରେସ) ମିଶ୍ରଙ୍କ ନିକଟକୁ ଦୁଇଟି ମଲମ ପଠାଇଛୁ କାରଣ ସେ ଅଧିକ ଆବଶ୍ୟକ କରନ୍ତି ବୋଲି ରାଜ୍ୟ କଂଗ୍ରେସ ମୁଖପାତ୍ର ନରେନ୍ଦ୍ର ସାଲୁଜା କହିଛନ୍ତି।  ଏକ ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ସେ ମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ପାଖକୁ ଏହି କ୍ରିମ୍ ପଠାଇଥିବା କହିଛନ୍ତି। ଗୋଟିଏ ଟ୍ୟୁବ୍ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ପାଖକୁ , କାରଣ ମିଶ୍ରଙ୍କ ନଜର ତାଙ୍କ ପଦ ଉପରେ ଥିଲା ଅନ୍ୟ ଏକ ଟ୍ୟୁବ୍ ରାଜ୍ୟ କଂଗ୍ରେସ ମୁଖ୍ୟ କମଲ ନାଥଙ୍କଠାରୁ ନରୋତ୍ତୋମ ମିଶ୍ରଙ୍କ ପାଖକୁ କାରଣ ସେ ସବୁ ବେଳେ କମଲ ନାଥଙ୍କ ବିଷୟରେ କୁହନ୍ତି ବୋଲି ସାଲୁଜା କହିଛନ୍ତି।

  ଏହା ଉପରେ ପ୍ରତିକ୍ରିୟା ରଖି ବିଜେପି ନେତା ରାହୁଲ କୋଠାରୀ କହିଛନ୍ତି ଯେ କଂଗ୍ରେସ ଦ୍ୱାରା ବ୍ୟବହୃତ ଏହା ଏକ ଶସ୍ତା କୌଶଳ । ବିରୋଧୀ ଦଳ ଆମକୁ ଜଣାଇବା ଉଚିତ୍ ଯେ କମଲ ନାଥ କେଉଁ ପ୍ରକାରର ମଲମ ଆବଶ୍ୟକ କରନ୍ତି, କାରଣ ସେ କେବଳ ବିମାନରେ ଯାତ୍ରା କରନ୍ତି ଏବଂ ବର୍ତ୍ତମାନ ସିନ୍ଧିଆ ବିମାନ ମନ୍ତ୍ରୀ ହୋଇପାରିଛନ୍ତି ବୋଲି କୋଠାରୀ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତ ବର୍ଷ ସିନ୍ଧିଆ ଏବଂ ତାଙ୍କ ସପକ୍ଷରେ ଥିବା ୨୨ ଜଣ ବିଧାୟକ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ । ଏହା ପରେ କମଲ ନାଥ ସରକାର ଭାଙ୍ଗି ଯାଇଥିଲା ଏବଂ ଶିବରାଜ ସିଂ ଚୌହାନ ପୁଣି ଥରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ରାଜ୍ୟସଭାକୁ ପଠାଯାଇଥିଲା। ବର୍ତ୍ତମାନ ସେ କେନ୍ଦ୍ର କ୍ୟାବିନେଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଛନ୍ତି। 

Related Posts