କାଶୀପୁର ପରେ ମୋହନାରେ ବ୍ୟାପିଲା ଝାଡାବାନ୍ତି; ୧ ମୃତ ୪ ଗୁରୁତର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପି. ଗୋବିନ୍ଦପୁର ଗାଁରେ ଝାଡା ବାନ୍ତି ଆତଙ୍କ ଦେଖା ଦେଇଛି । ମଙ୍ଗଳବାର ସନ୍ଧ୍ୟାରେ ହଠାତ ଗାଁରେ ୫ ଜଣ ଝାଡା ବାନ୍ତିରେ ଆକ୍ରାନ୍ତ ହେବା ପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ସେମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗାଁର ୯ ବର୍ଷର ନାବାଳିକା ଲିପି ନାୟକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରିଥିଲେ ।କିନ୍ତୁ ପରିବାର ଲୋକେ ଗୁରୁତର ନାବାଳିକାକୁ ବ୍ରହ୍ମପୁର ନ ନେଇ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖିଥିଲେ । ବୁଧବାର ସକାଳେ ଶିଶୁ କନ୍ୟାର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି ।

ସେହିପରି ଗାଁର ମିଟି ଗୌଡ(୫୦), ପାଣ ନାୟକ (୧୮), ଓମ୍ ସାହୁ (୨) ଝାଡାବାନ୍ତିର ଆକ୍ରାନ୍ତ ହୋଇ ଏବେ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ଚିକିତ୍ସିତ ହେଉଛନ୍ତି ଏବଂ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଥିବା ଡାକ୍ତର କହିଥିବା ବେଳେ ରୀନା ଜାନୀ (୩୫)କମଳାପୁର ଆୱ।ରା ସ୍ଵାସ୍ଥ୍ୟ କେନ୍ଦ୍ରରେ ରହି ଚିକିସ୍ଥିତ ହେଉଥିବା ଜଣାପଡିଛି। କେଉଁ କାରଣରୁ ଗାଁରେ ଝାଡା ବାନ୍ତି ବ୍ୟାପିଛି । ତାକୁ ଅନୁଧ୍ୟାନ କରିବା ପାଇଁ ଗାଁରେ ମେଡ଼ିକାଲ ଟିମ୍ ପହଞ୍ଚିଛନ୍ତି। ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ନିବେଦିତା ପଣ୍ଡା କହିଛନ୍ତି ପାଣି ଓ ଝାଡା ନମୁନା ପରୀକ୍ଷା କରାଯିବା ପରେ ହଇଜା ନା ଆଉ କ’ଣ ତାହାର କାରଣ ତାହାସ୍ପଷ୍ଟ ହେବ । ଗାଁରେ ମେଡ଼ିକାଲ ଟିମ୍ ସମେତ ଆଶା, ଅଙ୍ଗନୱାଡି କର୍ମୀ ପହଞ୍ଚି ଡାକବାଜି ଯନ୍ତ୍ର ଦ୍ୱାରା ଲୋକଙ୍କୁ ସଚେତନ କରିଛନ୍ତି ।

Related Posts