ମିଜୋରାମ ପରେ ବର୍ତ୍ତମାନ ତ୍ରିପୁରାରେ ବ୍ୟାପିଲା ସ୍ୱାଇନ ଫ୍ଲୁ; ଏନେଇ ଘୁଷୁରିଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମିଜୋରାମ ପରେ ବର୍ତ୍ତମାନ ତ୍ରିପୁରାରେ ବ୍ୟାପିଲା ସ୍ୱାଇନ ଫ୍ଲୁ । ତେବେ ତ୍ରିପୁରାର ସେପାହିଜାଲା ଜିଲ୍ଲାରେ ଥିବା ଏକ ପଶୁ ପ୍ରଜନନ କେନ୍ଦ୍ରରେ ଆଫ୍ରିକାନ ସ୍ୱାଇନ୍ ଫ୍ଲୁ ମାମଲା ସାମ୍ନାକୁ ଆସିଛି । ଘଟଣା ସାମ୍ନାକୁ ଆସିବା ପରେ ଅଗରତାଲାର ଏକ ଟିମ୍ ପ୍ରଜନନ କେନ୍ଦ୍ରରେ ପହଁଚି ସ୍ଥିତି ଯାଞ୍ଚ କରିଛି । ତେବେ ଗତ ୧୩ ତାରିଖରେ କିଛି ଘୁଷୁରୀଙ୍କ ରକ୍ତ ନମୂନା ଟେଷ୍ଟିଂ ପାଇଁ ପଠାଯାଇଥିଲା । ଯାହା ପଜିଟିଭ୍ ଆଶିବା ପେର ଜିଲ୍ଲା ପ୍ରଶାସନ ଆଲର୍ଟ ମୋଡକୁ ଆସିଯାଇଛି । ସେପଟେ ପ୍ରଜନନ କେନ୍ଦ୍ରରେ ଥିବା ଘୁଷୁରୀଙ୍କଠାରେ ଆଫ୍ରିକାନ୍ ସ୍ୱାଇନ୍ ଫ୍ଲୁ ଲକ୍ଷଣ ଦେଖାଯାଇଛି ।

ଏହାସହ ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ସତର୍କ ରଖିବାକୁ କୁହାଯାଇଛି । ଏବାବଦରେ ଗଠନ କରାଯାଇଥିବା ଟିମ୍ ଅତିଶୀଘ୍ର ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିବେ । ଅନ୍ୟପଟେ ସରକାର ଏହି ରୋଗକୁ ରୋକିବା ପାଇଁ ସଂକ୍ରମିତ ଘୁଷୁରୀଙ୍କୁ ମାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଥମ ପର‌୍ୟ୍ୟାୟରେ ଘୁଷୁରୀଙ୍କୁ ମାରିବା ପରେ ସେମାନଙ୍କୁ ୮ ଫୁଟ୍ ଗାତ କରି ପୋତି ଦିଆଯିବ ।ପ୍ରଜନନ କେନ୍ଦ୍ରର ଏକ କିମି ପରିଧି ମଧ୍ୟରେ ଥିବା ସମସ୍ତ ଘୁଷୁରୀଙ୍କୁ ମରାଯିବ । ଏହାଦ୍ୱାରା ଭାଇରସ ଅନ୍ୟ ସ୍ଥାନକୁ ବ୍ୟାପି ପାରିବ ନାହିଁ ବୋଲି ରାଜ୍ୟ ସରକାର କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts