ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ ସରକାର ହରଭଜନ ସିଂହଙ୍କ ସୁରକ୍ଷା ପ୍ରତ୍ୟାହାର କଲା ପରେ ସିକ୍ୟୁରିଟି ଯୋଗାଇଲା । ତେବେ କେନ୍ଦ୍ର ସରକାର ରାଜ୍ୟସଭା ସାଂସଦ ହରଭଜନଙ୍କୁ ସିଆରପିଏଫ ସୁରକ୍ଷା ଯୋଗାଇ ଦେଇଛନ୍ତି । ହରଭଜନଙ୍କ ଜଳନ୍ଧର ଘର ବାହାରେ CRPF ଯବାନଙ୍କୁ ମୁତୟନ କରାଯାଇଛି। ଆମ ଆଦମୀ ପାର୍ଟି ଛାଡି ବିଜେପିରେ ଯୋଗ ଦେଇଥିବା ରାଘବ ଚଢା ଦାବି କରିଥିଲେ ଯେ, ଆମ ଆଦମୀ ପାର୍ଟି ଛାଡିଥିବା ସାତ ଜଣ ସାଂସଦଙ୍କ ମଧ୍ୟରେ ହରଭଜନ ସିଂହ ମଧ୍ୟ ଅଛନ୍ତି। ହରଭଜନ ସିଂହଙ୍କ କର୍ମଚାରୀଙ୍କ ଅନୁଯାୟୀ, ଗତକାଲି ପଞ୍ଜାବ ସରକାର ପୋଲିସ ସୁରକ୍ଷା ପ୍ରତ୍ୟାହାର କରିନେଇଛନ୍ତି। ପଞ୍ଜାବ ସରକାର ୯ରୁ ୧୦ ଜଣ ସୁରକ୍ଷା କର୍ମୀ ଏବଂ ଏକ ସରକାରୀ ଏସ୍କର୍ଟ ଗାଡ଼ିକୁ ଫେରାଇ ନେଇଥିବାର ସୂଚନା ମିଳିଛି ।