ପଞ୍ଜାବ ପରେ ବର୍ତ୍ତମାନ ରାଜସ୍ଥାନରେ ସରକାର ପୁନଃଗଠନ ଦାବି; ରାହୁଲଙ୍କ ସହ ବୈଠକ କଲେ ପାଇଲଟ

ସତ୍ୟପାଠ ବ୍ୟୁରୋ(ଭୁବନେଶ୍ୱର): ପଞ୍ଜାବ ପରେ ବର୍ତ୍ତମାନ ରାଜସ୍ଥାନ କଂଗ୍ରେସ ଚଳଚଞ୍ଚଳ ହୋଇ ଉଠିଛି । ଦୀର୍ଘଦିନ ଧରି ରାଜସ୍ଥାନରେ ବରିଷ୍ଠ ନେତା ଓ ଯୁବ ନେତାଙ୍କ ମଧ୍ୟରେ ବିବାଦ ଲାଗିରହିଛି । ଏହା ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ଓ ଦଳର ପୂର୍ବତନ ମୁଖ୍ୟ ରାହୁଲ ଗାନ୍ଧିଙ୍କ ସହ ବୈଠକ କରିଥିବାର କଥା ସାମ୍ନାକୁ ଆସିଛି । ଉଭୟ ନେତାଙ୍କ ମଧ୍ୟରେ ରାଜ୍ୟରେ କଂଗ୍ରେସର ସ୍ଥିତି ଓ ୨୦୨୪ ଲୋକସଭା ନିର୍ବାଚନ ପ୍ରସଙ୍ଗରେ ଆଲୋଚନା କରାଯାଇଥିବାର ସୂଚନା ମିଳିଛି । ଅପରିପକ୍ଷେ କଂଗ୍ରେସ ନେତୃତ୍ୱାଧୀନ ପଞ୍ଜାବରେ ନେତୃତ୍ୱ ବଦଳିବାର ଗୋଟିଏ ଦିନ ପରେ ରାଜସ୍ଥାନରେ ପୁଣିଥରେ ରାଜନୈତିକ ଉତ୍ତେଜନା ଦେଖାଦେଇଥିଲା ।

କାହିିଁକିନା ପାଇଲଟଙ୍କ ସମର୍ଥକ ତଥା ବିଶ୍ୱସ୍ତବାଦୀମାନେ ଉତ୍ତର-ପଶ୍ଚିମ ରାଜ୍ୟରେ ମଧ୍ୟ ନେତୃତ୍ୱ ପରିବର୍ତ୍ତନ ଦାବିରେ ସ୍ୱର ଉତ୍ତୋଳନ କରିଥିଲେ । କେବଳ ଏତିକି ନୁହେଁ ବରଂ ଏନେଇ ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ମହେଶ ଶର୍ମା ମଧ୍ୟ ବଡ଼ ବୟାନ ଦେଇଛନ୍ତି । ତେବେ ପାଇଲଟଙ୍କ କଠିନ ପରିଶ୍ରମ ଫଳରେ ରାଜସ୍ଥାନରେ ଦଳ ଶକ୍ତିଶାଳୀ ହୋଇଥିଲା । ଏବଂ ସରକାର ମଧ୍ୟ ଗଠନ ହୋଇଥିଲା । କିନ୍ତୁ ବର୍ତ୍ତମାନ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଦିଆଯିବା ଆବଶ୍ୟକ ବୋଲି ମହେଶ ଶର୍ମା କହିଛନ୍ତି ।

ଅନ୍ୟପଟେ ପାଇଲଟ ଜୁଲାଇ ସୁଦ୍ଧା ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଓ ଦଳର ସଭାପତି ଥିଲେ ।ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ତାଙ୍କର ବିବାଦ ବଢିବା ପରେ ଦୁଇଟି ଯାକ ପଦରୁ ତାଙ୍କୁ ହଟାଇ ଦିଆଯାଇଥିଲା । ରାହୁଲଙ୍କ ସହ ବସିଥିବା ବୈଠକରେ ସଚିନଙ୍କ ହାତରେ କ୍ଷମତା ଡୋରି ଦେବାକୁ ଚର୍ଚ୍ଚା ହୋଇଛି ବୋଲି କିଛି ସମର୍ଥକ ସୂଚନା ଦେଇଛନ୍ତି । କିନ୍ତୁ ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ, ଏବେ ରାଜ୍ୟରେ ଦଳରେ କୌଣସି ବଡ ପରିବର୍ତ୍ତନ ହେବ ନାହିଁ । ଦଳ ଏବେ ସମ୍ପୂର୍ଣ୍ଣ ଭାବେ ଉତ୍ତର ପ୍ରଦେଶ, ପଞ୍ଜାବ ଓ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଉପରେ ଫୋକସ କରୁଛି । ଏହି ସବୁ ରାଜ୍ୟରେ ୨୦୨୨ରେ ନିର୍ବାଚନ ଅୁଷ୍ଠିତ ହେବ । ତେବେ ରାହୁଲଙ୍କ ସହ ବୈଠକ ନେଇ ସଚିନ ପାଇଲଟ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି । କଂଗ୍ରେସର ଅନ୍ୟଜଣେ ବରିଷ୍ଠ ନେତା କହିଛନ୍ତି ଯେ, ରାହୁଲ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଅଦଳବଦଳ ଚାହୁଁଛନ୍ତି । ଏପରି ହେଲେ ପାଇଲଟ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ସୂଚନା ମିଳିଛି ।

Related Posts