ନୂଆଦିଲ୍ଲୀ: କରୋନା ପଞ୍ଝାରେ ଗାନ୍ଧୀପରିବାର | କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ପରେ ଝିଅ ପ୍ରିୟଙ୍କା ଗାନ୍ଧି ଭଦ୍ରା କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ମିଳିଛି | ପ୍ରିୟଙ୍କାଙ୍କ ଟେଷ୍ଟ ରିପୋର୍ଟ ଆଜି ପଜିଟିଭ ଆସିଛି। ଏ ସମ୍ପର୍କରେ ନିଜେ ପ୍ରିୟଙ୍କା ଟ୍ୱିଟ କରି ସୂଚନା ଦେଇଛନ୍ତି। ଏବେ ତାଙ୍କ ଶରୀରରେ ସାମାନ୍ୟ ଲକ୍ଷଣ ଦେଖାଦେଇଛି ଓ ସେ ଘରେ ହିଁ କ୍ୱାରେଣ୍ଟାଇନରେ ରହିଛନ୍ତି।
ପ୍ରିୟଙ୍କା ଆଜି ଟ୍ୱିଟ କରି କହିଛନ୍ତି, “ମଧ୍ୟମ ଧରଣର ଲକ୍ଷଣ ସହ ମୋର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ମୁଁ ସମସ୍ତ ପ୍ରକାରର ପ୍ରୋଟକଲ ପାଳନ କରିଛି। ଘରେ ମୁଁ ନିଜେକୁ ନିଜେ କ୍ୱାରେଣ୍ଟାଇନରେ ରଖିଛି। ମୋ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ସମସ୍ତ ପ୍ରକାରର ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁରୋଧ କରୁଛି।”
ସୂଚନାଯୋଗ୍ୟ, ଗୁରୁବାର ସୋନିଆ ଗାନ୍ଧିଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା। ତାଙ୍କ ଶରୀରରେ କରୋନର କିଛି ଲକ୍ଷଣ ଦେଖାଯିବାରୁ ସେ ଟେଷ୍ଟ କରିଥିଲେ। ଗୁରୁବାର ସେ କରୋନାରେ ଆକ୍ରାନ୍ତ ହୋଇଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା ସୂଚନା ଦେଇଥିଲେ।





