ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକରେ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି

ଭଦ୍ରକ : ଆଉ ନାହାଁନ୍ତି ଧାମନଗର ବିଧାୟକ ବିଷ୍ଣୁ ସେଠୀ । ଚିକିତ୍ସା ଧିନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ସବୁଠି ଶୋକର ଛାୟା ଖେଳିଯାଇଛି । ବିଭିନ୍ନ ନେତୃବୃନ୍ଦରେ ଶୋକ ପାଳନ କରାଯାଉଛି ।

ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ବି ଶୋକ ପାଳନ କରାଯାଉଛି । ଫଳରେ ଜିଲ୍ଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଧାମନଗର ବ୍ଲକର ସମସ୍ତ ସ୍କୁଲରେ ମଧ୍ୟ ପାଠ ପଢା ବନ୍ଦ ରହିବ । ଶିକ୍ଷକ ଓ ଶିକ୍ଷୟତ୍ରୀ ୪ଟା ପର୍ଯ୍ୟନ୍ତ ସ୍କୁଲରେ ଉପସ୍ଥିତ ରହିବେ । ଏନେଇ ଜିଲ୍ଲା ଶିକ୍ଷାଧିକାରୀ ସୂଚନା ଦେଇଛନ୍ତି ।

Related Posts