ବିଷ୍ଣୁ ସେଠୀଙ୍କ ବିୟୋଗ ଦଳ ପାଇଁ ଅପୂରଣୀୟ କ୍ଷତି, ଏହାର ଭରଣା କରାଯାଇ ପାରିବ ନାହିଁ: ଜେପି ନଡ୍ଡା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିବଂଗତ ବିଜେପି ବିଧାୟକ ବିଷ୍ଣ ସେଠୀଙ୍କର ଦ୍ୱାଦଶ କ୍ରିୟାରେ ଯୋଗ ଦେଇଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ନିଜର ଉଦବୋଧନ ରଖିଛନ୍ତି ନଡ୍ଡା। ନଡ୍ଡା କହିଛନ୍ତି ଯେ, ଗରିବ ଲୋକଙ୍କ ପାଇଁ ଚିନ୍ତା କରୁଥିବା ବ୍ୟକ୍ତି ଥିଲେ ବିଷ୍ଣୁ ସେଠୀ, ସେ ଆଜି ଆମ ଗହଣରେ ନାହାନ୍ତି। ଏହା ଆଜି ଆମକୁ ବ୍ୟଥିତ କରୁଛି।ସେ ନିଜ ଦେହକୁ ଧ୍ୟାନ ନ ଦେଇ କେବଳ ଲୋକଙ୍କ ସେବା କରିଥିଲେ। ତାଙ୍କର ଅକାଳ ବିୟୋଗ ଆମ ସମସ୍ତଙ୍କ ପାଇଁ ବଡ଼ କ୍ଷତି। ଏହି ଅପୂରଣୀୟ କ୍ଷତିର ଭରଣା କରାଯାଇପାରିବ ନାହିଁ, ମାତ୍ର ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେଲେ ଏହା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଜେପି ନଡ୍ଡା କହିଛନ୍ତି। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସ୍ବର୍ଗତ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ଆଜି ସ୍ବର୍ଗତ ବିଷ୍ଣୁ ସେଠୀଙ୍କର ଦ୍ଵାଦଶ କ୍ରିୟା ପାଇଁ ତିହିଡି କଲେଜ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେପି ନଡ୍ଡା ଙ୍କ ସହ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ଅନେକ ନେତା।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୯ ତାରିଖରେ ବିଷ୍ଣୁ ସେଠୀଙ୍କର ଭୁବନେଶ୍ଵର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିଲା।

Related Posts