ମଲ୍ଲିକାର୍ଜୁନ ଖାର୍ଗେଙ୍କ ଇସ୍ତଫା ପରେ ରାଜ୍ୟସଭା ବିରୋଧୀ ଦଳ ନେତା ଦୌଡ଼ରେ ବରିଷ୍ଠ ନେତା ପି. ଚିଦାମ୍ବରମ ଏବଂ ଦିଗବିଜୟ ସିଂ

ନୂଆଦିଲ୍ଲୀ : କଂଗ୍ରେସ ଅଧକ୍ଷ ପଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ । ତେବେ ସେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବା ପରେ ଶନିବାର ରାଜ୍ୟ ସଭାର ବିରୋଧୀ ଦଳର ନେତା ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି।

ତେବେ ଏବେ ତାଙ୍କ ଇସ୍ତଫା ପରେ ରାଜ୍ୟସଭାରେ କିଏ କଂଗ୍ରେସର ନେତୃତ୍ୱ ନେବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଦୌଡ଼ରେ ବରିଷ୍ଠ ନେତା ପି. ଚିଦାମ୍ବରମ ଏବଂ ଦିଗବିଜୟ ସିଂ ଆଗରେ ରହିଛନ୍ତି।

ଜଣେ ବ୍ୟକ୍ତି ଗୋଟିଏ ପୋଷ୍ଟ ଫର୍ମୁଲା ଅନ୍ତର୍ଗତ ମଲ୍ଲିକାର୍ଜୁନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ଇସ୍ତଫା ପଠାଇଛନ୍ତି। ଜଣେ ବ୍ୟକ୍ତିଙ୍କ ଅଧୀନରେ ଗୋଟିଏ ପୋଷ୍ଟ ଫର୍ମୁଲା ଅନୁସାରେ ଅଶୋକ ଗେହଲୋଟଙ୍କୁ ଦଳର ଅଧ୍ୟକ୍ଷ ହେବା ପାଇଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ କୁହାଯାଇଥିଲା। ମାତ୍ର ଏହା ସମ୍ଭବ ହୋଇ ପାରି ନଥିଲା। କର୍ନାଟକର ଭେଟେରାନ ନେତା ମଲ୍ଲିକାର୍ଜୁନ ଖାର୍ଗେ ଦଳର ନୂତନ ଅଧ୍ୟକ୍ଷ ହେବାର ଆଶା ଅଧିକ ରହିଛି।

ତେବେ ସେ ଏମ୍‌ପି ଶଶି ଥରୁରଙ୍କ ସହ ମୁହାଁମୁହିଁ ହେବେ। ଜି -୨୩ର ନେତାମାନେ ମଧ୍ୟ ଖାର୍ଗେଙ୍କୁ ସମର୍ଥନ କରିଛନ୍ତି।

କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ବର୍ତ୍ତମାନ ଏକ ଆନୁଷ୍ଠାନିକ ରୂପ ନେଇଛି। ତେବେ ଅକ୍ଟୋବର ୧୯ରେ ନୂତନ ଅଧ୍ୟକ୍ଷଙ୍କ ନାମ ବିଧିବଧ ଭାବେ ଘୋଷଣା କରାଯିବ

Related Posts