ମିଛ ଆକାଉଂଟ ଖୋଲିବା ଏକ ସାଇବର ଅପରାଧ: ଓଡ଼ିଶା ପୋଲିସ

ଭୁବନେଶ୍ୱର: ମିଛ ଆକାଉଂଟ ଖୋଲିଲେ ଏବେ ପଡ଼ିବ ମହଙ୍ଗା । ଏହାକୁ ଏକ ସାଇବର ଅପରାଧ ଭାବେ ବିବେଚନା କରାଯିବ । ଏନେଇ ଟ୍ୱିଟ ମାଧ୍ୟମରେ ନାଗରିକଙ୍କୁ ସତର୍କ କରିଛି ଓଡ଼ିଶା ପୋଲିସ ।

ଅନ୍ୟ ଜଣଙ୍କ ନାଁରେ ନକଲି ଆକାଉଂଟ ଖୋଲିବା ଏକ ଦଣ୍ଡନୀୟ ଅପରାଧ । ଟ୍ୱିଟର, ଫେସବୁକ୍, ଇଂଷ୍ଟାଗ୍ରାମ ଭଳି ସାମାଜିକ ଗଣମାଧ୍ୟମରେ ଏଭଳି କରିବା ଦଣ୍ଡନୀୟ ଅପରାଧ ଓ ସାଇବର ଅପରାଧରେ ଅନ୍ତର୍ଭୁକ୍ତ । ତେଣୁ ଯଦି କୌଣସି ବ୍ୟକ୍ତି ଏପରି କରନ୍ତି ତେବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ।

ଏଭଳି ସାଇବର କ୍ରାଇମ୍ ବିରୋଧରେ ନିକଟସ୍ଥ ପୋଳିସ ଷ୍ଟେସନରେ ଅଭିଯୋଗ କରିହେବ କିମ୍ବା ଅନଲାଇରେ ଅଭିଯୋଗ କରିବା ନେଇ ଓଡ଼ିଶା ପୋଲିସ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି ।

Related Posts