ୟୁପି ବିଜେପିର ନୂଆ ଅଧକ୍ଷ ଭାବେ ନିଯୁକ୍ତ ହେଲେ ଚୌଧୁରୀ ଭୂପେନ୍ଦ୍ର ସିଂ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶର ସବୁଠାରୁ ବଡ ଓ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ଵ ବହନ କରୁଥିବା ରାଜ୍ୟ ଉତ୍ତର ପ୍ରଦେଶରେ ବିଜେପି ପକ୍ଷରୁ ନୂଆ ଅଧ୍ୟକ୍ଷ ଚୟନ କରାଯାଇଛି । ୟୁପି ବିଜେପି ଅଧକ୍ଷ ପଦ ପାଇଁ ଦଳର ହାଇକମାଣ୍ଡ ଚୌଧୁରୀ ଭୂପେନ୍ଦ୍ର ସିଂଙ୍କ ନାମରେ ମୋହର ମାରିଛନ୍ତି । ଭୂପେନ୍ଦ୍ର ବର୍ତ୍ତମାନ ଯୋଗୀଙ୍କ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଅଛନ୍ତି । ସେ ବୁଧବାର ଦିନ ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିବା ପରେ ତାଙ୍କ ନାମ ଚର୍ଚ୍ଚାକୁ ଆସିଥିଲା ।ସେପଟେ ଚୌଧୁରୀ ଭୂପେନ୍ଦ୍ର ସିଂ ଜାଟ୍ ସମାଜରୁ ପ୍ରତିନିଧିତ୍ୱ କରୁଥିବା ବେଳେ ତାଙ୍କ ରାଜ୍ୟ ଅଧ୍ୟକ୍ଷ ଭାବେ ଚୟନ କରି ଝାଟ ଭୋଟ ଉପରେ ବିଜେପିର ନଜର କରିଛି ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ଉତ୍ତର ପ୍ରଦେଶରେ ବିଜେପିର ନୂଆ ଅଧ୍ୟକ୍ଷ କିଏ ହେବେ ତାକୁ ନେଇ ଦୀର୍ଘଦିନ ହେବ ଅଟକଳ ଜାରି ରହିଥିଲା । ଏହି କ୍ରମରେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ଦିନେଶ ଶର୍ମା, ଶ୍ରୀକାନ୍ତ ଶର୍ମା, ସାଂସଦ ହରୀଶ ଦ୍ୱିବେଦୀ, ସୁବ୍ରତ ପାଠକ ଓ କେନ୍ଦ୍ରମନ୍ତ୍ରୀ ବିଏଲ ବର୍ମାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା । ହେଲେ ସବୁ ଆକଳନକୁ ପଛରେ ପକାଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଚୌଧୁରୀ ଭୂପେନ୍ଦ୍ର ସିଂଙ୍କ ନାମ ଉପରେ ମୋହର ମାରିଛନ୍ତି ।

Related Posts