ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ରାଜନୀତି ଉପରେ ସାରା ଦେଶର ନଜର ରହିଛି । TMC ରେ ୫୮ ଜନ ବିଧାୟକ ବିଦ୍ରୋହ କରୁଥିବାବେଳେ ବିଧାୟକଙ୍କୁ ପୁଣି ଏକାଠି କରିବା ପାଇଁ ପ୍ରୟାସ କରୁଛନ୍ତି ମମତା ବାନାର୍ଜୀ । ଏହା ମଧ୍ୟରେ ତୃଣମୂଳ କଂଗ୍ରେସର ବରିଷ୍ଠ ରାଜ୍ୟ ସଭା ଏମ୍ପି ସୁଖେନ୍ଦୁ ଶେଖର ରାୟଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ମମତା ବାନାର୍ଜୀଙ୍କ ପୁରୁଣା ସହଯୋଗୀ ତଥା ତୃଣମୂଳ କଂଗ୍ରେସର ବରିଷ୍ଠ ରାଜ୍ୟ ସଭା ଏମ୍ପି ସୁଖେନ୍ଦୁ ଶେଖର ରାୟ ଏହି ଦାବି କରିଛନ୍ତି। ସେ ଦାବି କରିଛନ୍ତି ଯେ ଟିଏମସି (TMC) ର ବିଧାୟକମାନେ ଯେଭଳି ଭାବେ ଅଲଗା ହୋଇଛନ୍ତି, ସେହିଭଳି ଅତି ଶୀଘ୍ର ବଡ଼ ସଂଖ୍ୟାରେ ଏମ୍ପିମାନେ ମଧ୍ୟ ଦଳ ଛାଡ଼ିବାକୁ ଯାଉଛନ୍ତି।
୭୭ ବର୍ଷୀୟ ସୁଖେନ୍ଦୁ ଶେଖର ରାୟ ଗୁରୁବାର ନୂଆଦିଲ୍ଲୀରେ ଏକ ଇଂରାଜୀ ଖବରକାଗଜ ସହ ଆଲୋଚନା ବେଳେ କହିଛନ୍ତି- ‘ମୋତେ ଦୁଇ-ତିନୋଟି ସବୁଠାରୁ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ସଂସଦୀୟ ଦଳ (Parliamentary Party)ର ମଧ୍ୟ ଅନୁରୂପ ପତନ ଖୁବଶୀଘ୍ର ହୋଇପାରେ। କେହି ଭାବିବା ପୂର୍ବରୁ ହିଁ ଏହା ଅତି ଶୀଘ୍ର ଘଟିବ।’ସେ ଆହୁରି ମଧ୍ୟ କହିଛନ୍ତି- ‘ହଁ, ଆଲୋଚନା ଚାଲିଛି। ଏହା ପ୍ରକୃତରେ ଘଟୁଛି, ସମ୍ପୂର୍ଣ୍ଣ ସତ। ସମ୍ପୃକ୍ତ ସ୍ଥାନଗୁଡ଼ିକରୁ ଅନେକ (ତୃଣମୂଳ) ଏମ୍ପିଙ୍କୁ ଇଶାରା ବା ସଂକେତ ପଠାଯାଉଛି। ଏହାକୁ ଅସ୍ବୀକାର କରାଯାଇପାରିବ ନାହିଁ। ବୋଧହୁଏ ଏହାକୁ ରୋକାଯାଇ ମଧ୍ୟ ପାରିବ ନାହିଁ ବୋଲି କହିଛନ୍ତି ।
