ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ): କରୋନା ମହାମାରୀ ପାଇଁ ଦୀର୍ଘ ୨ ବର୍ଷ ହେଲା ପୁରୀରେ ବନ୍ଦ ଥିବା ହବିଷ୍ଯାଳି ଶିବିର ଚଳିତ ବର୍ଷ ପୁଣି ଆରମ୍ଭ ହେବ। ଏହି ଶିବିରରେ ପ୍ରାୟ ଅଢେଇ ହଜାର ହବିଷ୍ଯାଳିଙ୍କ ପାଇଁ କରାଯାଉଛି ବ୍ଯବସ୍ଥା। ଚଳିତ ମାସ ୧୦ ତାରିଖରୁ ସେପ୍ଟେମ୍ବର ୨୫ ପର୍ଯ୍ୟନ୍ତ ହବିଷ୍ୟାଳୀ ମାନେ ଶିବିର ପାଇଁ ପଞ୍ଜିକରଣର କରିପାରିବେ। ଏନେଇ ସେପ୍ଟେମ୍ବର ୮ରେ ବିଜ୍ଞପ୍ତି ଜାରି ହେବ। ଅକ୍ଟୋବର ୧୦ରୁ କାର୍ତ୍ତିକ ବ୍ରତ ଆରମ୍ଭ ହେଉଥିବା ବେଳେ ଏଥର ନୂଆ ସ୍ଥାୟୀ ହବିଷ୍ଯାଳି ଶିବିର କରାଯିବ ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ।

ଏହି ଶିବିର ପାଇଁ ନରେନ୍ଦ୍ର କୋଣ ଅଞ୍ଚଳରେ ବହୁତଳ କୋଠା ବୃନ୍ଦାବତୀ ଭବନରେ ହବିଷ୍ଯାଳିମାନେ ରହିବେ। ଶିବିର ଆରମ୍ଭ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିପାରନ୍ତି। ତେବେ ଆବଶ୍ୟକ ସ୍ଥଳେ ରେଳବାଇ ଯାତ୍ରୀ ବିଶ୍ରାମଗାରକୁ ମଧ୍ୟ ଅସ୍ଥାୟୀ ଶିବିର କରାଯାଇପାରେ। ତେବେ ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ଥାନୀୟ ହବିଷ୍ଯାଳି ପଞ୍ଜିକରଣ କରିପାରିବେ। ଏହାସହ ହବିଷ୍ୟାଳୀଙ୍କ ପାଇଁ ବୁଷ୍ଟର ଡୋଜ ଟିକାକରଣ ବାଧ୍ଯତାମୂଳକ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।