ପୁରୀରୁ ପୁଣି ଜବତ ହେଲା ୧୬୦ ଗ୍ରାମ୍ ବ୍ରାଉନସୁଗାର: ଦୁଇ ଗିରଫ

ପୁରୀ : ପୁରୀରେ ଦିନକୁ ଦିନ ବଢିବାକୁ ଲାଗିଛି ଧଳାଜହର କାରବାର। ପୁରୀରୁ ପୁଣି ଜବତ ହୋଇଛି ୧୬୦ ଗ୍ରାମ୍ ବ୍ରାଉନସୁଗାର। ଜବତ ବ୍ରାଉନସୁଗାରର ମୂଲ୍ୟ ୧୬ ଲକ୍ଷ ୪୦ ହଜାର ଟଙ୍କା ହୋଇଥିବା ବେଳେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁରୀ ଅବକାରୀ ବିଭାଗ । ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଗଙ୍ଗାରାମ ନୂଆସାହିର ଜଗନ୍ନାଥ ଦାସ ଓ ପ୍ରତୀକ ରଞ୍ଜନ ଦାସ। ଏହି ଦୁଇ ଅଭିଯୁକ୍ତ ବ୍ରାଉନ ସୁଗାର ବିକ୍ରୀ କରୁଥିବା ଖବର ପାଇ ଅବକାରୀ ବିଭାଗ ମୋବାଇଲ ସ୍କ୍ବାଡ଼ର ନିରୀକ୍ଷକ ସଞ୍ଜୟ କୁମାର ପଣ୍ଡାଙ୍କ ନେତୃତ୍ୱରେ ଏକ ଟିମ ଏସସିଏସ୍ କଲେଜ ହଷ୍ଟେଲ ଛକ ଓ ଭିଆଇପି ରୋଡ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମୁଖରେ ଚଢ଼ାଉ କରିଥିଲେ।

ଅଭିଯୁକ୍ତ ଜଗନ୍ନାଥ ଦାସ ଠାରୁ ୯୪ ଗ୍ରାମ୍ ଓ ପ୍ରତୀକ ଠାରୁ ୭୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା ଅବକାରୀ ବିଭାଗ। ଉଭୟଙ୍କ ଠାରୁ ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ୧୬ ଲକ୍ଷ ୪୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। ତେବେ ଜାମିନ ନାମଞ୍ଜୁର ହେବାରୁ ଏହି ଦୁଇ ଅଭିଯୁକ୍ତଙ୍କୁ ପୁରୀ କାରଗାରକୁ ପଠାଯାଇଛି।

Related Posts