ଆଜମଗଡରୁ ଆଇଏସଆଇଏସର ସହ ଜଡିତ ଏକ ଆତଙ୍କବାଦୀ ଗିରଫ

ଲକ୍ଷ୍ନୌ : ଆଜମଗଡରୁ ଜଣେ ଆତଂକବାଦୀ ଗିରଫ । ଉତ୍ତରପ୍ରଦେଶ ଏଟିଏସ ଟିମ ଆଜମଗଡରୁ ଆଇଏସଆଇଏସର ସହ ଜଡିତ ଏକ ଆତଙ୍କବାଦୀକୁ ଗିରଫ କରିଛି। ଗିରଫ ଆତଙ୍କବାଦୀର ନାଁ ସବାଉଦ୍ଦୀନ ଆଜମୀ ଥିବା ଜଣାପଡିଛି। ସ୍ୱାଧୀନତା ଦିବସ ଅବସରେ ବିସ୍ଫୋରଣ କରିବା ଯୋଜନାରେ ଥିବା ପଚରାଉଚରା ଉପରେ ଜଣାପଡିଛି।

ସବାଉଦ୍ଦୀନ ବର୍ତ୍ତମାନ ସମୟରେ ୱୱେସୀଙ୍କ ପାର୍ଟି ଏଆଇଏମଆଇଏମର ସକ୍ରିୟ ସଦସ୍ୟ ଅଛି । ଏଟିଏସର ଟିମ ସବାଉଦ୍ଦୀନକୁ ମୁଖ୍ୟାଳୟକୁ ନେଇ ପଚରାଉଚରା କରିବ। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଗିରଫ ଆତଙ୍କୀ ଆଇଏସଆଇଏସର ଟେଲିଗ୍ରାମ ଚ୍ୟାନେଲ ସହ ଜଡିତ ଥିଲା। ସବାଉଦ୍ଦୀନର ଫୋନରୁ ମିଳିଥିବା ତଥ୍ୟ ଅନୁସାରେ ସେ ଯୁବକଙ୍କ ବ୍ରେନୱାସ କରିବା କାମରେ ନିୟୋଜିତ ଥିଲା।

Related Posts