ନୂଆଦିଲ୍ଲୀ: ଦେଶରେ ଲଗାତାର ଭାବେ ପେଟ୍ରୋଲ ଦର ବୃଦ୍ଧି ପାଉଥିବା ବେଳେ, ଏହାରି ମଧ୍ୟରେ ପେଟ୍ରୋଲ ଦର ସହ ଅନ୍ୟ ସମସ୍ତ ସାମଗ୍ରୀର ଦର ମଧ୍ୟ ଆକାଶ ଛୁଆ ହେବାକୁ ବସିଛି | ଦିନକୁ ଦିନ ରାଜଧାନୀବାସୀଙ୍କ ଉପରେ ମହଙ୍ଗା ମାଡ଼ ହେଉଛି | ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ୍‌, ଡିଜେଲ୍‌ ଓ ପ୍ରାକୃତିକ ଗ୍ୟାସ୍‌ର ଦାମ୍‌ ।

ସେପଟେ ରବିବାର ଇନ୍ଦ୍ରପ୍ରସ୍ଥ ଗ୍ୟାସ୍‌ କିଲୋଗ୍ରାମ ପିଛା ଦାମ୍‌ ୨ ଟଙ୍କା ଲେଖାଏଁ ବୃଦ୍ଧି କରିଛି । ଫଳରେ ଦିଲ୍ଲୀରେ ୭୩.୬୧ ଟଙ୍କା ପ୍ରତିଥିବା ବେଳେ ନୋଏଡାରେ ୭୬.୧୭ ଟଙ୍କା, ଗୁରୁଗ୍ରାମରେ ୮୧.୯୪ ପ୍ରତି କିଲୋଗ୍ରାମ ହୋଇଛି ।

ଏହାରି ମଧ୍ୟରେ ଆଇଜିଏଲ୍‌ ଦେଶର ଅନ୍ୟ ସ୍ଥାନରେ ଗ୍ୟାସ୍‌ର ଦାମ୍‌ରେ ବୃଦ୍ଧି କରିଛି । ରେୱାଡ଼ିରେ ସିଏନ୍‌ଜି ୮୪.୦୭ଟଙ୍କା ପ୍ରତି କିଲୋ ବିକ୍ରି ହୋଇଛି । ଦାମ୍‌ ବୃଦ୍ଧି ଫଳରେ କରନାଲ୍‌ ଏବଂ କୌଥଲରେ ୮୨,୨୭ ପ୍ରତି କିଲୋ, କାନ୍‌ପୁର, ହମିରପୁର ଏବଂ ଫତେପୁରରେ ୮୫.୪୦ ଟଙ୍କା, ଅଜମେର, ପାଲ ଏବଂ ରାଜସମନ୍ଦରେ ଗ୍ୟାସ୍‌ କିଲୋପ୍ରତି ୮୩.୮୮ ଟଙ୍କା ହୋଇଛି ।

ଅନ୍ତର୍ଜାତୀୟ ସ୍ତରରେ ଗ୍ୟାସ୍‌ ଦର ବୃଦ୍ଧି ପାଉଥିବାରୁ ଗତ ବର୍ଷ ଅକ୍ଟୋବର ମାସରୁ ବିତରକମାନେ ଗ୍ୟାସ୍‌ର ଦାମ୍‌ରେ ବୃଦ୍ଧି କରୁଛନ୍ତି । ଯାହାର ସିଧା ସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ୁଛି । ଅନ୍ୟପଟେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଦାମ୍‌ ବୃଦ୍ଧି ଲୋକଙ୍କୁ ଉପରେ ମହଙ୍ଗା ପରେ ମହଙ୍ଗା ମାଡ଼ ସଦୃଶ ହୋଇଛି |