ନ୍ୟୁୟର୍କର ଏକ ସୁପର ମାର୍କେଟରେ ଗୁଳିକାଣ୍ଡ: ୧୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ଗତକାଲି(ଶନିବାର ) ଆମେରିକାର ଏକ ସୁପର ମାର୍କେଟରେ ଭୟଙ୍କର ଗୁଳିକାଣ୍ଡ ହୋଇଛି । ଶନିବାର ରାତିରେ ଏହି ଗୁଳିକାଣ୍ଡ ଘଟିଛି | ତେବେ ଏହି ଘଟଣାରେ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନେକ ଆହତ ହୋଇଛନ୍ତି |

ଏନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଏଫବିଆଇ ମଧ୍ୟ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି ।

ରିପୋର୍ଟ ଅନୁସାରେ, ନ୍ୟୁୟର୍କରେ ଥିବା ଟପ୍ ଫ୍ରେଣ୍ଡଲୀ ସୁପରମାର୍କେଟରେ ହଠାତ ଜଣେ ଆତତାୟୀ ପଶି ମନଇଚ୍ଛା ଗୁଳିମାଡ କରିଥିଲା । ଏଥିରେ ଲୋକେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ତେବେ ଗୁଳିମାଡରେ ପ୍ରାୟ ୮ ଜଣ ପ୍ରାଣ ହରାଇଛନ୍ତି । ଏହାର କାରଣ ସ୍ପଷ୍ଟ ହୋଇପାରି ନାହିଁ । ଗୁଶି ଚଳାଇଥିବା ବ୍ୟକ୍ତିକୁ ପୋଲିସ ଗିରଫ କରିଛି ।

ଆମେରିକୀୟ ସୁରକ୍ଷା ଅଧିକାରୀ କହିଛନ୍ତି ଯେ, ବିଭିନ୍ନ ଦିଗରୁ ତଦନ୍ତ ହେଉଛି । ଘୃଣା କାରଣରୁ ଆତତାୟୀ ଏପରି ଅପରାଧ ଘଟାଇ ଥାଇପାରେ । ଶୁକ୍ରବାର ମଧ୍ୟ ଡିଅର ଜିଲ୍ଲାରେ ୩ ଜଣଙ୍କୁ ଗୁଳି କରିଦିଆଯାଇଥିଲା । ସେମାନଙ୍କ ଚିକିତ୍ସା ଚାଲିଛି ବୋଲି ସେ କହିଛନ୍ତି | ତେବେ ଆଗକୁ ଆହୁରି ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା ଦେଖା ଦେଇଛି |

Related Posts