ପୁଅ-ବୋହୂଙ୍କ ମଧ୍ୟରେ ହେଉଥିବା କଳି ଝଗଡା ସହିବାକୁ ବାଧ୍ୟ ନୁହଁନ୍ତି ବୃଦ୍ଧ ବାପାମାଆ: ଦିଲ୍ଲୀ ହାଇକୋର୍ଟ

ପୁଅ ଓ ବୋହୂଙ୍କ ଝଗଡା ମଧ୍ୟରେ ପେଶି ହେଉଥିବା ବୃଦ୍ଧ ବାପାମା ଙ୍କ ଉଦେଶ୍ୟ ରେ ଏକ ବଡ ରାୟନ ଶୁଣାଇଛନ୍ତି ଦିଲ୍ଲୀ ହାଇକୋର୍ଟ | ସେମାନେ ଏହି ଝଗଡା ସହିବା ପାଇଁ ବାଧ୍ୟ ନୁହଁନ୍ତି ବୋଲି ଏପରି କିଛି କହିଛନ୍ତି ଦିଲ୍ଲୀ ହାଇକୋର୍ଟ | ସେମାନେ ଚାହିଁଲେ ମଧ୍ୟ ତାଙ୍କ ବିରୋଧରେ ମୁହଁ ଖୋଲି ପାରିବେ |

ଅନେକ ସମୟରେ ଘରୋଇ ହିଂସାକୁ ନେଇ ଖବର ଆସୁଥିବା ବେଳେ, ପୁଅ ଓ ବୋହୁଙ୍କ ପାଇଁ ବୃଦ୍ଧ ବାପାମା ହଇରାଣ ହେଉଥିବା ନଜିର ଆସିଛି | ତେବେ ଏପରି ଏକ ମାମଲାର ଶୁଣାଣି କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ହାଇକୋର୍ଟଙ୍କ ରାୟ ମୁତାବକ, ଅଧିକାଂଶ ସମୟରେ କଳି ଝଗଡା କରୁଥିବା ବୋହୂକୁ ଶାଶୁଶ୍ୱଶୁରଙ୍କ ସହ ମିଳିତ ଭାବେ ଘରେ ରହିବା ନେଇ କୌଣସି ଅଧିକାର ନାହିଁ । ଶାନ୍ତିପୂର୍ଣ୍ଣ ଜୀବନ ଯାପନ ପାଇଁ ସେମାନେ ବୋହୂକୁ ଘରୁ ବେଦଖଲ କରିପାରିବେ । ନିମ୍ନ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ଜଣେ ବୋହୂ କରିଥିବା ଆବେଦନର ଶୁଣାଣି କରି ଜଷ୍ଟିସ ଯୋଗେଶ ଖାନ୍ନା ଏହି ରାୟ ପ୍ରଦାନ କରିଛନ୍ତି ।

ଜଣେ ବୋହୂ ଶ୍ୱଶୁର ଘରେ ରହିବା ପାଇଁ ଦିଆଯାଉନଥିବା ନେଇ କୋର୍ଟରେ ଅଭିଯୋଗ କରିଥିଲେ । ହେଲେ ଏହି ମାମଲାର ବିଚାର କରି କୋର୍ଟ କହିଛନ୍ତି ଯେ, ଯଦି ବୋହୂ ଅଯଥା କାରଣରେ ଅଶାନ୍ତି ସୃଷ୍ଟି କରେ ତେବେ ଶାଶୂଶଶ୍ୱର କିଣିଥିବା ସମ୍ପତ୍ତିରେ ବୋହୂର କିଛି ଅଧିକାର ରହିବନି । ଖାସ୍ କରି ଏକ ଯୌଥ ପରିବାର ମାମଲାରେ ଏହି ନିୟମ ଲାଗୁ କରାଯିବ । ଆବଶ୍ୟକ ହେଲେ ଛୋଟ ପରିବାରରେ ମଧ୍ୟ ଏହି ନିୟମ ଲାଗୁ ହେବ । ହେଲେ ଯେପର୍ଯ୍ୟନ୍ତ ଏହି ମାମଲା କୋର୍ଟରେ ବିଚାରାଧିନ ଥିବ ବା ପୁଅ ବୋହୂଙ୍କ ମଧ୍ୟରେ ଛାଡପତ୍ର ହୋଇନଥିବ ସେପର୍ଯ୍ୟନ୍ତ ବୋହୂ ରହିବାକୁ ବିକଳ୍ପ ବ୍ୟବସ୍ଥା କରାଯିବ ।

ଶାଶୂ ଏବଂ ଶଶ୍ୱର ବରିଷ୍ଠ ନାଗରିକ । ସେମାନେ ଜୀବନର ଅପରାହ୍ଣରେ ଉପନୀତ । ପୁଅବୋହୂଙ୍କ କଳିଝଗଡାରେ ପ୍ରଭାବିତ ନହୋଇ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବା ସେମାନଙ୍କ ଅଧିକାର । କୋର୍ଟଙ୍କ କହିବାନୁଯାୟା, ଯଦି ବୋହୂ ଶାଶୂ ଶ୍ୱଶୁରଙ୍କ ସେବା କରୁ ନଥାଏ, ଘରର ଶୃଙ୍ଖଳା ବାହାରେ ନିଜ ମନଇଚ୍ଛା କାମ କରୁଥାଏ ଏହାକୁ ସହିବାକୁ ବାଧ୍ୟ ନୁହନ୍ତି ଶାଶୂ ଶ୍ୱଶୁର । ନିଜର ମାନସିକ ଶାନ୍ତି ପାଇଁ ସେମାନେ ଚାହିଁଲେ ଏପରି ବୋହୂକୁ ଘରୁ ବାହାର କରିପାରିବେ । କିନ୍ତୁ ଏଥିପାଇଁ ଯଥେଷ୍ଟ ପ୍ରମାଣ ଥିବା ଦରକାର । ଏବଂ ପ୍ରମାଣ ଆଧାରରେ ଏପରି କରିପାରିବେ |

Related Posts