ନୂଆଦିଲ୍ଲୀ : ଅଗ୍ନିପଥ ଯୋଜନାକୁ ନେଇ ପ୍ରତିବାଦର ସ୍ବର ଉଠିଥିବା ବେଳେ, କେନ୍ଦ୍ର ସରକାରଙ୍କ ବଡ ଆଶ୍ୱସ୍ତି କର ସୁଚନା ଦେଇଛନ୍ତି । ନିଯୁକ୍ତି ପାଇଥିବା ଅଗ୍ୱିବୀରଙ୍କୁ ମିଳିବ ସଂରକ୍ଷଣର ସୁବିଧା । ଗୃହ ମନ୍ତ୍ରାଳୟ କେନ୍ଦ୍ରୀୟ ଆର୍ମଡ୍ ପୋଲିସ ଫୋର୍ସ ଓ ଆସାମ ଲାଇଫଲ୍ସର ନିଯୁକ୍ତି ବେଳେ ଅଗ୍ନିବୀରଙ୍କୁ ୧୦ ପ୍ରତିଶତ ଆରକ୍ଷଣ ଦେବା ନେଇ ଘୋଷଣା କରିଛନ୍ତି ।

ଏହାସହ ମନ୍ତ୍ରାଳୟ ଅଗ୍ନିବୀର ଭାବେ ସେବା ପୂରଣ କରିସାରିଥିବା ଯବାନଙ୍କ ବୟସ ସୀମାରେ ମଧ୍ୟ ବୃଦ୍ଧି କରିଛନ୍ତି । ସେମାନଙ୍କୁ ଆଧିକ ୩ ବର୍ଷର ରିହାତି ମିଳିବ । ଏହାସହ ଅଗ୍ନୀପଥରେ ସାମିଲ ପ୍ରଥମ ବ୍ୟାଚର ଅଗ୍ନିବୀରଙ୍କ ବୟସ ସୀମାକୁ ମଧ୍ୟ ଅଧିକ ୫ ବର୍ଷ କୋହଳ କରାଯାଇଛି ।