ଏସସିବିରୁ ଡିସଚାର୍ଜ ହେଲେ ଆଶୀର୍ବାଦ ବେହେରା, ଗତକାଲି ହାଇକୋର୍ଟରୁ ମିଳିଥିଲା ଜାମିନ୍

ଓଡ଼ିଶା କିକ୍ରେଟ ଆସୋସିଏସନର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ବୁଧବାର କଟକ ମେଡିକାଲରୁ ବାହାରିଛନ୍ତି। ଏଟି ଲିଙ୍କ୍‌ରେ ଗିରଫ ହୋଇ ଆଶୀର୍ବାଦ ଅସୁସ୍ଥ ହେବା ପରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା। ଓଡ଼ିଶା ହାଇକୋର୍ଟ ମଙ୍ଗଳବାର ଆଶୀର୍ବାଦ ବେହେରାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ।

ସିବିଆଇ ଦ୍ଵାରା ଗିରଫ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ଗତ ସେପ୍ଟେମ୍ବର ୨୭ରେ ଅଧିକ ଚିକିତ୍ସା ପାଇଁ ଏସ୍‌ସିବି ଅସ୍ଥିଶଲ୍ୟ ବିଭାଗର ଭର୍ତ୍ତି କରାଯାଇଥିଲା। ଟ୍ରମା ୱାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଆବଶ୍ୟକ ଚିକିତ୍ସା ଚାଲିଥିଲା। ତେବେ ଆଶୀର୍ବାଦଙ୍କ ଚିକିତ୍ସା ନେଇ କୌଣସି ମେଡିକାଲ ଟିମ୍‌ ଗଠନ କରାଯାଇ ନ ଥିବା ଏସ୍‌ସିବି ପକ୍ଷରୁ କୁହାଯାଇଥିଲା।

ଅସ୍ଥିଶଲ୍ୟ ବିଭାଗ ଅଧୀନରେ ତୃତୀୟ ମହଲାରେ ଟ୍ରମା ୟୁନିଟର ୧ନମ୍ବର ବେଡରେ ଆସୋସିଏଟ୍‌ ପ୍ରଫେସର ଅତନୁ ମହାନ୍ତିଙ୍କ ୟୁନିଟ୍‌ରେ ଭର୍ତ୍ତି ହୋଇଥିଲେ। ଓସିଏ ନିର୍ବାଚନ ଥିବାବେଳେ ତାର ଠିକ୍‌ ଦିନକ ପୂର୍ବରୁ ଆଶୀର୍ବାଦ ଏସ୍‌ସିବିରେ ଭର୍ତ୍ତି ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ଆଶୀର୍ବାଦଙ୍କୁ କ୍ୟାପିଟାଲ ହସ୍ପିଟାଲରୁ ସ୍ୱତନ୍ତ୍ର ଆମ୍ବୁଲାନ୍‌ସରେ ନିଆଯାଇ କଟକ ବଡମେଡିକାଲରେ ଭର୍ତ୍ତି କରାଯାଇଥିଲା।

Related Posts