
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଭାକ୍ସିନକୁ ନେଇ ମିଳିଲା ବଡ ଆଶ୍ୱସ୍ତି । ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଭାରତରେ ପିଲାମାନଙ୍କ ପାଇଁ କରୋନା ଟିକା ଆରମ୍ଭ କରାଯିବ । ଏନେଇ ଏମ୍ସ ମୁଖ୍ୟ ରଣଦୀପ ଗୁଲେରିଆ ସୂଚନା ଦେଇଛନ୍ତି । ଅପରିପକ୍ଷେରେ ବର୍ତ୍ତମାନ ସୁଦ୍ଧା ଭାରତରେ ବୟସ୍କମାନଙ୍କୁ ୪୨ କୋଟିରୁ ଅଧିକ କରୋନା ଟୀକା ଦିଆସରିଛି । ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ବୟସ୍କଙ୍କୁ କରୋନା ଟୀକା ଦେବା ପାଇଁ ସରକାର ଏକ ବଡ ଲକ୍ଷ ଧାର୍ଯ୍ୟ କରିଛନ୍ତି
। ଏଥିପାଇଁ ପ୍ରତ୍ୟେକ ଦିନ ପ୍ରାୟ ୧ କୋଟି କରୋନା ଟୀକା ପ୍ରୟୋକ କରିବା ପାଇଁ ପଡିବ । ଅନ୍ୟପଟେ ବର୍ତ୍ତମାନ ପ୍ରତିଦିନ ପ୍ରାୟ କ ୪୦ ଲକ୍ଷରୁ ୫୦ ଲକ୍ଷ କରୋନା ଟୀକା ଦିଆଯାଉଛି । ଅନ୍ୟ ଅନେକ କମ୍ପାନୀ ମଧ୍ୟ ପିଲାମାନଙ୍କ ପାଇଁ କୋଭିଡ ଟୀକା ପ୍ରସ୍ତୁତ କରିବାରେ ନିୟୋଜିତ ଅଛନ୍ତି । ପିଲାମାନଙ୍କ ଟୀକାକରଣକୁ ନେଇ ରଣଦୀପ ଗୁଲେରିଆ ବଡ ବୟାନ ଦେଇଛନ୍ତି । ତେବେ ସଂକ୍ରମଣ ଶୃଙ୍ଖଳା ଭାଙ୍ଗିବା ଦିଗରେ ପିଲାମାନଙ୍କର କରୋନା ଟୀକା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ ବୋଲି ଗୁଲେରିଆ କହିଛନ୍ତି । ଏନେଇ ଜାଇଡସ କୌଡିଲା ପରୀକ୍ଷା କରିସାରିଥିବା ବେଳେ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନକୁ ଅପେକ୍ଷା କରିଛି । ଅନ୍ୟପଟେ ଭାରତ ବାୟୋଟେକର କୋଭାକ୍ସିନ ପରୀକ୍ଷା ମଧ୍ୟ ଅଗଷ୍ଟ କିମ୍ବା ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କ ଉପରେ ଶେଷ ହୋଇଯିବ ବୋଲି ସୂଚନା ମିଳିଛି ।
ଏହା ସହ ଦୁନିଆରେ ପିଲାମାନଙ୍କ ପାଇଁ ପ୍ରସ୍ତୁତ ଫାଇଜର ଟୀକା ଆମେରିକାର ସ୍ୱାସ୍ଥ୍ୟ ଏଜେନ୍ସି ଖାଦ୍ୟ ଏବଂ ଡ୍ରଗ ରେଗୁଲେଟର ଦ୍ୱାରା ଅନୁମୋଦିିତ ହୋଇସାରିଛି । ଏହାକୁ ଦୃଷ୍ଟିରେ ରଖି ଆଶା କରାଯାଏ କି ସେପ୍ଟମ୍ବର ପହିଲାରୁ ଆମେ ପିଲାମାନଙ୍କର ଟୀକାକରଣ ଆରମ୍ଭ କରି ପାରିବା ଏବଂ ଏହା କରୋନା ଭାଇରସର ଶୃଙ୍ଖଳା ଭାଙ୍ଗିବାରେ ବହୁତ ସଫଳତା ଦେବ ବୋଲି ଏମ୍ସ ମୁଖ୍ୟ ରଣଦୀପ ଗୁଲେରିଆ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ଭାରତରେ ଏପର୍ଯ୍ୟନ୍ତ ୪୨ କୋଟିରୁ ଅଧିକ କରୋନା ଟୀକା ଦିଆସରିଛି । ୨୦୨୧ ମସିହା ଶେଷ ସୁଦ୍ଧା ସରକାର ୧୮ ବର୍ଷରୁ ଅଧିକ ସମସ୍ତ ନାଗରିକଙ୍କୁ କାରାନା ଟୀକା ଦେବାର ଉଦ୍ଦେଶ୍ୟ ରଖିଛନ୍ତି । ଅପରିପକ୍ଷେ ଦେଶରେ ବର୍ତ୍ତମାନ ସୁଦ୍ଧା ପିଲାମାନଙ୍କ ପାଇଁ କରୋନା ଟୀକା ଅନୁମୋଦନ ହୋଇନାହିଁ । ତେବେ କରୋନାର ତୃତୀୟ ତରଙ୍ଗକୁ ରୋକିବା ପାଇଁ ଯଥାଶୀଘ୍ର ପିଲାମାନଙ୍କର ଟୀକାକରଣ ଆରମ୍ଭ କରିବା ଆବଶ୍ୟକ ।