ବର୍ତିଗଲା ଏଆର୍ ଆମ୍ବୁଲାନ୍ସ, ମୁମ୍ଵାଇରେ ଫୋମ ରନ୍ ୱେ ରେ ଲ୍ୟାଣ୍ଡ କଲା

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ଵର : ଗୁରୁବାର ଦିନ ମୁମ୍ବାଇ ବିମାନ ବନ୍ଦରରେ ଏକ ଏଆର୍ ଆମ୍ବୁଲାନ୍ସର ଏକ ଚକ ଖସିଯିବା ପରେ ଜରୁରୀକାଳୀନ ଅବତରଣ କରିବାକୁ ନେଇ ସମସ୍ତେ ଚିନ୍ତିତ ଥିଲେ। କିନ୍ତୁ ପାଇଲଟ୍‌ଙ୍କ ବୁଦ୍ଧି ଓ ପରିଶ୍ରମ ବଳରେ ରନ୍ ୱେରେ ବିମାନଟି ଚକା ବଦଳରେ ବେଲି ବା ପେଟ୍‌ ଦ୍ୱାରା ଲ୍ୟାଣ୍ଡିଂ କରିଛି। ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିବାରୁ ବିମାନଟି ନିରାପଦରେ ଅବତରଣ କରିବାରେ ସଫଳ ହୋଇଥିଲା। ଜେଟ୍ସର୍ଭ ଆଭିଏସନ୍ର ବିଚକ୍ରାଫ୍ଟ VT-JIL ବିମାନର ଚକ ଉଡ଼ାଣ ପରେ ନାଗପୁର ବିମାନ ବନ୍ଦରରେ ଖସି ପଡିଥିଲା।  ଖସିପଡିଥିବା ଚକକୁ ସିଆଇଏସ୍ଏଫ୍ କର୍ମଚାରୀ ଦେଖିଥିଲେ ଯାହା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରକୁ ଜଣାଇଥିଲେ।  ଏଟିସି କଲ୍ ଉଠାଇବା ପରେ ମୁମ୍ବାଇ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ନିଷ୍ପତ୍ତି ନିଆଗଲା। ବେସାମରିକ ବିମାନ ଚଳାଚଳର ମହାନିର୍ଦ୍ଦେଶକ ଅରୁଣ କୁମାର କହିଛନ୍ତି, “ଆମେ ପ୍ରକୃତରେ ଚିନ୍ତିତ ଥିଲୁ।  ବେଲ୍ ଅବତରଣ କିପରି କରିବେ ଏବଂ ପାଇଲଟଙ୍କୁ କୁହାଯାଇଥିଲା । ଭଗବାନଙ୍କ କୃପାରୁ ସବୁକିଛି ଠିକ୍ ରେ ହୋଇଗଲା । ତିନି ଘଣ୍ଟା ଧରି ଏହି ଅପରେସନ୍ ଚାଲିଥିଲା। ’’ ବିମାନର ପାଇଲଟ କେଶାରୀ ସିଂ କହିଛନ୍ତି ଯେ ସେ ଅନୁଭବ କରିଛନ୍ତି ଯେ ଚକଟି ଖସିପଡିଛି ଏବଂ ଅବତରଣ କରିବା ପୂର୍ବରୁ ତାଙ୍କୁ ଅନେକ ଇନ୍ଧନ ଜାଳିବାକୁ ପଡିବ।  “ମୁଁ ବେଲି ଲ୍ୟାଣ୍ଡିଂ କଲି।  ରନୱେରେ କିଛି କ୍ଷତି ଅଛି କି ନାହିଁ ମୁଁ ଜାଣେ ନାହିଁ । ଆମକୁ ଯାଞ୍ଚ କରିବାକୁ ପଡିବ । ସମସ୍ତେ ସୁରକ୍ଷିତ ଥିବାରୁ ମୁଁ କୃତଜ୍ଞ। ’’ ସିଂ କହିଛନ୍ତି। ଏହା ମଧ୍ୟରେ ଥିବା ରୋଗୀ ଓ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର ମଧ୍ୟ କରାଯାଇଛି।ଏହା ମଧ୍ୟରେ ଜଣେ ରୋଗୀ, ୨ ଜଣ ପାଇଲଟ, ଦୁଇ ଜଣ କ୍ରୁ ସଦସ୍ୟ, ଜଣେ ଡାକ୍ତର ଓ ଜଣେ ପାରାମେଡିକ ଥିଲେ।ଗୁରୁତର ରୋଗୀଙ୍କୁ ମୁମ୍ବାଇରେ ହିଁ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି।  

Related Posts