ବାହାଘର ପାଇଁ ରାଜି ନ ହେବାରୁ ମହିଳାଙ୍କୁ ଗୁଳି କରି ହତ୍ୟା

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ଵର : ବିବାହ ପାଇଁ ରାଜି ନ ହେବାରୁ ଜଣେ 25 ବର୍ଷିୟ ବ୍ରିଟିଶ ମହିଳାଙ୍କୁ ତାଙ୍କର ଦୁଇ ପୁରୁଷ ବନ୍ଧୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।  ଏମିତି ଏକ ଅଭାବନୀୟ ଘଟଣା ପାକିସ୍ତାନର ଲାହୋରରେ ଘଟିଛି । ଲାହୋର ପୋଲିସ୍ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ ସିଦ୍ଦ୍ରା ଖାନଙ୍କ ଅନୁଯାୟୀ,  ମହିଳା ମହିରା ଜୁଲଫିକର ସୋମବାର ଡିଫେନ୍ସ ହାଉସିଂ ଅଥରିଟିରେ ଥିବା ତାଙ୍କ ଭଡା ଘରୁ ମୃତଦେହ ଉଦ୍ଧାର କରାଯାଇଛି। ସେ କହିଛନ୍ତି ଯେ ବ୍ରିଟିଶ ବେଲଗିୟମ ଦ୍ୱୈତ ନାଗରିକତା ପ୍ରାପ୍ତ ମାହିରା ପ୍ରାୟ ତିନିମାସ ପୂର୍ବରୁ ବେଲଜିୟମରୁ ଏଠାକୁ ଆସିଥିଲେ ଏବଂ ତାଙ୍କ ମହିଳା ବନ୍ଧୁ ଇକ୍ରାଙ୍କ ସହ ରହୁଥିଲେ।  ଇକ୍ରା ପୋଲିସକୁ ଡାକିଥିଲେ। ଖାନ କହିଛନ୍ତି ଯେ ମହୀରାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।  “ବର୍ତ୍ତମାନ ପର୍ଯ୍ୟନ୍ତ ଅନୁସନ୍ଧାନରୁ ଜଣାପଡିଛି ଯେ ମହିରାର ବନ୍ଧୁ ସାଦ ଆମୀର ବୁଟ ଏହି ହତ୍ୟା ମାମଲାରେ ମୁଖ୍ୟ ସନ୍ଦିଗ୍ଧ । ବୁଟ୍ ଏହି ବିବାହ ମାଧ୍ୟମରେ ବିଦେଶୀ ନାଗରିକତା ପାଇବାକୁ ଆଗ୍ରହୀ ଥିବାରୁ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ମୁସଲିମ ମ୍ୟାନ ଯିଏକି ଇସଲାମର ପ୍ରୋଫେଟ୍ ବୋଲି ଦାବି କରିଥିଲେ।  ତେବେ ମହିଳା ଜଣକ ବିବାହ ପାଇଁ ରାଜି ନହେବାରୁ ସେ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ବୋଲି ପୋଲିସ ଅଧିକାରୀ କହିଛନ୍ତି । ସେ କହିଛନ୍ତି ଯେ ବ୍ରିଟେନରେ ଥିବା ମୃତ ମହିଳାଙ୍କର ପିତାମାତାଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରାଯାଇଛି। ପୋଲିସର ଅଭିଯୋଗରେ ମହୀରାର ଲାହୋର ସ୍ଥିତ ମାମୁଁ ମହମ୍ମଦ ନାଜିର କହିଛନ୍ତି ଯେ ହତ୍ୟା ହେବାର ଗୋଟିଏ ଦିନ ପୂର୍ବରୁ ସେ ତାଙ୍କ ବାସଭବନ କୁ ଯାଇଥିଲେ। ଏବଂ ତାଙ୍କୁ କହିଥିଲେ ଯେ ତାଙ୍କର ଦୁଇ ପୁରୁଷ ବନ୍ଧୁ – ଆସାଦ ଆମେର ବୁଟ ଏବଂ ଜାହିଦ ଜାଡୁନ ତାଙ୍କୁ ବିବାହ କରିବାକୁ ଚାହୁଁଛନ୍ତି।  ଯଦି ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରନ୍ତି ତେବେ ପରିଣାମ ଭୟଙ୍କର ହେବ ବୋଲି ଧମକ ଦେଇଥିଲେ।  ଉଭୟ ବୁଟ ଏବଂ ଜାଡୁନ୍ ବିରୋଧରେ ମାମଲା ରୁଜୁ ହୋଇଛି । ପ୍ରାରମ୍ଭିକ ପୋଷ୍ଟମର୍ଟମ ରିପୋର୍ଟରୁ ପୋଲିସ କହିଛି ଯେ ମହିରାଙ୍କୁ ଦୁଇଟି ଗୁଳି ମରାଯାଇଥିଲା, ଗୋଟିଏ ବେକରେ ଏବଂ ଅନ୍ୟଟି ହାତକୁ ।  ତାଙ୍କ ଡାହାଣ ହାତ ଏବଂ ବାମ ପାଦରେ ମଧ୍ୟ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା।

Related Posts