ବାୟୁସେନା ହେଲିକପ୍ଟର ଚିତା ଦୁର୍ଘଟଣାଗ୍ରସ୍ତ

ଭାରତୀୟ ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଜାମ୍ମୁ କାଶ୍ମୀରର ଗୁରେଜ ସେକ୍ଟରରେ ଏହି ଦୁର୍ଘଟଣା ଘଟିଛି | ଦୁର୍ଘଟଣା ନେଇ ଖବର ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ଟିମ । ପାଇଲଟ ଓ କୋ-ପାଇଲଟ ନିଖୋଜ ଥିବା ବେଳେ ସେମାନଙ୍କୁ ଖୋଜୁଛନ୍ତି ଟିମ । ତେବେ କେଉଁ କାରଣରୁ ହେଲିକପ୍ଟର କ୍ରାସ ହୋଇଛି ତାର କୌଣସି ସୂଚନା ଏଯାଏଁ ମିଳିନାହିଁ ।

ବରଫାବୃତ ଦୁର୍ଘଟଣାସ୍ଥଳରେ ଚପର କ୍ରୁ ସଦସ୍ୟଙ୍କୁ ଉଦ୍ଧାର ପାଇଁ ଯାଇଥିଲା ଚିତା । ଏ ନେଇ ପ୍ରତିରକ୍ଷା ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ସୁରକ୍ଷାବାହିନୀର ସର୍ଚ୍ଚ ପାର୍ଟି ଦୁର୍ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଦୁର୍ଘଟଣାର କାରଣ ଜଣାପଡିନାହିଁ ।

ପ୍ରକାଶ ଥାଉ କି, ଗତ ବର୍ଷ ଡିସେମ୍ବର ୮ ତାରିଖରେ ତାମିଲନାଡୁର କୁନ୍ନୁର ନୀଳଗିରି ଜିଲ୍ଲାରେ ସିଡ଼ିଏସ ବିପିନ ରାୱତଙ୍କ ବାୟୁସେନା ବିମାନ Mi-17V5 ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସିଡିଏସ ବିପିନ ରାୱତ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ ସମେତ ୧୪ ଜଣଙ୍କ ନିଧନ ହୋଇଥିଲା ।

Related Posts