ପୌର ନିର୍ବାଚନ ପାଇଁ ସଜବାଜ ଆରମ୍ଭ ହୋଇଯାଇଥିବା ବେଳେ, ପ୍ରକାଶ ପାଇଲା ପ୍ରାର୍ଥୀ ଚିହ୍ନ | ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରାର୍ଥୀଙ୍କ ଚିହ୍ନ ପ୍ରକାଶ କରାଯାଇଛି |
ତାଲିକା ଅନୁଯାୟୀ,
କୋଟିପତି ମେୟର ପ୍ରାର୍ଥୀ ସ୍ବପ୍ନା ବିଜୟିନୀଙ୍କ ଜଗ ଚିହ୍ନ ଦିଆଯାଇଛି। ସେହିପରି କଳିଙ୍ଗ ସେନା ସ୍ମିତା ମିଶ୍ର ଛତା ଚିହ୍ନରେ ପ୍ରତିଦ୍ବନ୍ଦିତା କରିବେ। 12 ଜଣ ମେୟର ପ୍ରାର୍ଥୀ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସରୁ ନିଜ ଦଳୀୟ ଚିହ୍ନରେ ନିର୍ବାଚନ ଲଢ଼ିବେ। ଅନ୍ୟ 9ଜଣ ପ୍ରାର୍ଥୀଙ୍କୁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭିନ୍ନ ଭିନ୍ନ ଚିହ୍ନ ମିଳିଛି । ସ୍ବାଧିନ ପ୍ରାର୍ଥୀଙ୍କୁ ଜଗ, ଉଡାଜାହାଜ, ଡଙ୍ଗା, ନିଶୁଣି, ଶଗଡ଼ ଚିହ୍ନ ମିଳିଛି |
