କରୋନା ଟିକା ନେବାକୁ ମନା କରିଥିବାରୁ ଜଣେ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କଲା ବାୟୁସେନା

air force

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କରୋନା ଟିକା ନେବାକୁ ମନା କରିଥିବାରୁ ବାୟୁସେନା ନିଜର ଜଣେ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରିଦେଇଛି । ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଏହା ସାରା ଦେଶରେ ଚର୍ଚ୍ଚାର ବିଷୟ ବସ୍ତୁ ପାଲଟିଛି । ଏନେଇ ବାୟୁସେନାର କର୍ମଚାରୀ ଯୋଗେନ୍ଦ୍ର କୁମାରଙ୍କ ଆବେଦନ ଉପରେ ହାଇକୋର୍ଟରେ ଦାଖଲ ହୋଇଥିବା ରିପୋର୍ଟରେ ଅତିରିକ୍ତ ସଲିସିଟର ଜେନେରାଲ ଦେବଙ୍ଗ ଭାୟ ଏହି ସୂଚନା ଦେଇଛନ୍ତି। ସେ ଜଷ୍ଟିସ୍ ଏ.ଜେ ଦେଶାଇ ଏବଂ ଏପି ଠାକୁରଙ୍କ ଏକ ଡିଭିଜନ୍ ବେଞ୍ଚକୁ କହିଛନ୍ତି ଯେ ସାରା ଭାରତରେ ନଅ ଜଣ କର୍ମଚାରୀ ଟୀକାକରଣ କରିବାକୁ ମନା କରି ଦେଇଛନ୍ତି ଏବଂ ସମସ୍ତଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଅପରିପକ୍ଷରେ ସିଲିଟର ଜେନେରାଲ ଦେବଙ୍ଗ ବ୍ୟାସ କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ କେହି ଜଣେ ବି ନୋଟିସର କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ଯାହାଫଳରେ ତାଙ୍କୁ ସେବାରୁ ବହିଷ୍କାର କରାଯାଇଛି । ତେବେ ବରଖାସ୍ତ ହୋଇଥିବା କର୍ମଚାରୀଙ୍କ ନାମ ପ୍ରକାଶ କରାଯାଇ ନାହିଁ ।

ଏହା ସହ ବ୍ୟାସ କହିଛନ୍ତି ଯେ ଟୀକାକରଣ ବାୟୁସେନାର ସେବା ଅବସ୍ଥାରେ ଅନ୍ତର୍ଭୁକ୍ତ । ଯାହା ସେବାରେ ଯୋଗଦେବା ସମୟରେ ନିଆଯାଇଥିବା ଶପଥ ସହିତ ସମାନ ଅଟେ । ସେ କୋର୍ଟଙ୍କୁ କହିଛନ୍ତି ଯେ ବାୟୁସେନାକୁ ଅସୁରକ୍ଷିତ ଅବସ୍ଥାରେ ରଖାଯାଉ ନାହିଁ ଏବଂ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଟୀକାକରଣ କରିବା ଆବଶ୍ୟକ କରାଯାଉ ବୋଲି ସିଲିଟର ଜେନେରାଲ ଦେବଙ୍ଗ ବ୍ୟାସ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଯେହେତୁ କର୍ପୋରେଲ ଯୋଗେନ୍ଦ୍ର କୁମାର କାରଣ ଦର୍ଶାଅ ନୋଟିସର ଜବାବ ଦେଇନାହାନ୍ତି ସେଥିପାଇଁ ସେ କୌଣସି ଉଚିତ ଅଧିକାରଣ ବା ସଶସ୍ତ୍ର ବଳ ପ୍ରାଧିକରଣ ସମ୍ମୁଖରେ ହାଜର ହୋଇପାରିବେ ।

କୋଭିଡ ଟୀକା ନେବାକୁ ଅନିଚ୍ଛା ପରେ ଜାରି ହୋଇଥିବା ନୋଟିସକୁ ଚ୍ୟାଲେଞ୍ଜ କରିଥିବା ଯୋଗେନ୍ଦ୍ର କୁମାରଙ୍କ ଆବେଦନ ଉପରେ ଉଚ୍ଚ ନ୍ୟାୟାଳୟ ବାୟୁସେନାକୁ ଅନେକ ମାମଲା ଉପରେ ପୁଣି ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ କୋର୍ଟ ଟୀକାକରଣ ପାଇଁ ଅନିଚ୍ଛୁକ ଆବେଦନକାରୀଙ୍କୁ ଅନ୍ତରୀଣ ଆଶ୍ବସ୍ତି ଦେଇଛନ୍ତି ଏବଂ ତାଙ୍କ ମାମଲାରେ ବାୟୁସେନା ବିଚାର କରିବା ଯାଏଁ ତାଙ୍କୁ ସେବାରେ ରହିବାକୁ ଆଦେଶ ଦେଇଛନ୍ତି।

Related Posts