ଭାରତୀୟ ବାୟୁସେନାର ମହିଳା ପାଇଲଟଙ୍କ ପରାକ୍ରମ, ଚୀନ୍ ସୀମାରେ ଉଡାଇଲେ ଯୁଦ୍ଧ ବିମାନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶତ୍ରୁ ଦେଖିଲା ନାରୀ ଶକ୍ତିର ପରାକ୍ରମ । ଚୀନ୍ ସୀମାରେ ଯୁଦ୍ଧ ବିମାନ ଉଡାଇଲେ ଭାରତୀୟ ବାୟୁସେନାର ମହିଳା ପାଇଲଟ। ଯାହା ଦେଶର ଗୌରବ ବଢାଇଛି ବୋଲି କୁହାଯାଉଛି । ଦୁନିଆର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍ ହେଉ କିମ୍ବା ଅରୁଣାଚଳ ପ୍ରଦେଶର ବିପଜ୍ଜନକ ପାହାଡ ଅଞ୍ଚଳ, ବିଜୟନଗର ଭଳି ସ୍ଥାନରେ ଭାରତୀୟ ବାୟୁସେନାର ମହିଳା ପାଇଲଟମାନେ ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି । ଏହା ଝିଅମାନଙ୍କୁ ସ୍ୱପ୍ନ ଦେଖିବା ଶିଖାଇଛି, ଦେଶ ପାଇଁ କିଛି କରିବାକୁ ସାହସ ଦେଇଛି ।ଭାରତୀୟ ବାୟୁସେନାର ୩ ମହିଳା ଫାଇଟର ଏହି ଷ୍ଟ୍ରିମରେ ସାମିଲ ହୋଇଥିଲେ । ସେମାନେ ହେଲେ ଅବନୀ ଚତୁର୍ବେଦୀ, ଭାବନା କାନ୍ତ, ଏବଂ ଶିବାଙ୍ଗୀ ସିଂହ ।

ସୂଚନାଯୋଗ୍ୟ ଯେ, ଭାରତୀୟ ବାୟୁସେନା ବର୍ତ୍ତମାନ ୧୩୦୦ ମହିଳା ଅଧିକାରୀ ଗ୍ରାଉଣ୍ଡ ଏବଂ ଏୟାର ଡ୍ୟୁଟି କରୁଛନ୍ତି । ସୁଖୋଇ ସୁ-୩୦ ଏମକେ ଯୁଦ୍ଧ ବିମାନର ପ୍ରଥମ ଅସ୍ତ୍ରଶସ୍ତ୍ର ସିଷ୍ଟମ ଅପରେଟର ଫ୍ଲାଇଟ୍ ଲେଫ୍ଟନାଣ୍ଟ ତେଜଶ୍ୱି କହିଛନ୍ତି ଯେ ଆମ ସେନାରେ ଏକକୁ ଆରକ ବୁଦ୍ଧିମାନ ମହିଳା ଅଛନ୍ତି ।ଖୁବ୍ ଶୀଘ୍ର ଯୁଦ୍ଧ ବିମାନ ଜାହାଜରେ ମହିଳାଙ୍କୁ ଦେଖିବାକୁ ମିଳିବ ।

Related Posts