ନକଲି ଔଷଧ କାରବାର ମାମଲାରେ ଆଗକୁ ରାଜ୍ୟର ସବୁ ଜିଲ୍ଲାରେ ଚଢାଉ ହେବ: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ କିଛିଦିନ ତଳେ କେତେକ ନକଲି ଔଷଧ ମିଳୁଥିବା ଅଭିଯୋଗ ହୋଇଥିଲା। ଏହାପରେ ଡ୍ରଗ ସ୍କ୍ୱାର୍ଡ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ନକଲି ଔଷଧ ଜବତ କରିଥିଲା। ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ। ସେ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ଯଦି କେହି ଭୁଲ୍‌ କରିଥିବେ, ତେବେ ତାଙ୍କୁ ଦଣ୍ଡ ଦିଆଯିବ । ଆଇନ ତା ବାଟରେ ଯିବ । କାହାରିକୁ ଛଡ଼ାଯିବ ନାହିଁ । ଆଗକୁ ମଧ୍ୟ ସବୁ ଜିଲ୍ଲାରେ ଚଢାଉ କରିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଗତ କିଛି ଦିନତଳେ ବିଭିନ୍ନ ମେଡିସିନ ନକଲି ନେଇ ଅଭିଯୋଗ ଆସିବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଟିମ୍ ।ଏହି ଚଢାଉରେ ଅନେକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଥିଲା । ଏପିରିକି ନାମୀ କମ୍ପାନୀର ଔଷଧକୁ ନକଲି କରି ବିକ୍ରି କରାଯାଉଥିଲା । ଯାହାକୁ ଆଧାର କରି କଟକର ଦୁଇ ଜଣ ହୋଲସେଲରଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଅଧିକ ପଚରାଉଚରା ମଧ୍ୟ କରାଯାଉଛି । ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେଦିଗରେ ମଧ୍ୟ ସନ୍ଧାନ ଜାରି ରହିଛି ।

Related Posts