ଚୀନର ଚୋଙ୍ଗକିଙ୍ଗ ବିମାନ ବନ୍ଦରରେ ରନଓ୍ବେରେ ଉଡାଣ ଭରିବା ପୂର୍ବରୁ ଜଳିଗଲା ବିମାନ: ଅନେକ ଯାତ୍ରୀ ଆହତ

ବେଜିଂ: ଉଡାଣ ଭରିବା ପୂର୍ବରୁ ଅଘଟଣ । ରନଓ୍ବେରେ ଜଳିଗଲା ବିମାନ । ଚୀନର ଚୋଙ୍ଗକିଙ୍ଗ ବିମାନ ବନ୍ଦରରେ ଘଟିଛି ଏହି ବଡ଼ ଧରଣର ବିମାନ ଦୁର୍ଘଟଣା ।

ତେବେ ବିମାନରେ ୨୫ ଜଣ ଯାତ୍ରୀ ଥିବା ବେଳେ ସମସ୍ତେ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଯାନ୍ତ୍ରିକ ତ୍ରୁଟି ଯୋଗୁ ବିମାନଟି ରନ ୱେ ଅତିକ୍ରମ କରି ଆଗକୁ ମାଡ଼ି ଯାଇଥିଲା। ଫଳରେ Flight TV9833 ବାମ ପାର୍ଶ୍ୱରେ ନିଆଁ ଲାଗି ଯାଇଥିଲା। ଏଥିସହ ବିମାନର ଗୋଟିଏ ଡେଣାର କିଛି ଅଂଶ ମଧ୍ୟ ନିଆଁରେ ଧ୍ୱଂସ ହୋଇ ଯାଇଛି।

ସ୍ଥାନୀୟ ସମୟ ସକାଳ ୮ଟାରେ ଏହି ଘଟଣା ଘଟିଛି। ବିମାନଟି ଦୁର୍ଘଟଣା ପରେ ଜଳୁ ଥିବା ବେଳର ଭିଡିଓ ଓ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଏହି ଘଟଣା ପରେ ଉଦ୍ଧାରକାରୀ ଦଳ ସୁରକ୍ଷିତ ଭାବେ ବିମାନ ମଧ୍ୟରେ ଥିବା ସମସ୍ତ ଲୋକଙ୍କୁ ବାହାର କରିଥିଲେ। ୪୦ ଯାତ୍ରୀ ଦୁର୍ଘଟଣାରେ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଦୁର୍ଘଟଣାର କାରଣ ଖୋଜିବା ପାଇଁ ଏୟାରପୋର୍ଟ ଓ ବିମାନ ପ୍ରଦାନକାରୀ ସଂସ୍ଥା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ସେହିପରି ଏବେ ଏୟାରପୋର୍ଟ ବିମାନ ଚଳାଚଳ ମଧ୍ୟ ସ୍ୱାଭାବିକ ହୋଇଛି।

Related Posts