ନୂଆଦିଲ୍ଳୀ : କେବଳ ପ୍ରଥମ ନାମ ଥିବା ତଥା ସାଙ୍ଗିଆ ନଥିବା ବ୍ୟକ୍ତିଙ୍କୁ ଏବେ ପ୍ରବେଶ ପାଇଁ ମିଳିବନି ଅନୁମତି । ସଂଯୁକ୍ତ ଆରବ ଅମୀରାତକୁ ଆସୁଥିବା ଲୋକଙ୍କ ପାଇଁ ନିୟମରେ ପରିବର୍ତ୍ତନ କରିଛି । ଅମୀରାତ ଦ୍ବାରା ଜାରି କରାଯାଇଥିବା ନୂଆ ଗାଇଡ଼ଲାଇନ୍ ଆଧାରରେ ଏୟାର ଇଣ୍ଡିଆ ଏବଂ ଏଆଇ ଏକ୍ସପ୍ରେସ୍‌ ତରଫରୁ ଏକ ପରାମର୍ଶ ଦିଆଯାଇଛି। ଏହା ଅନୁଯାୟୀ କେବଳ ପ୍ରଥମ ନାମ ଥିବା ଯାତ୍ରୀଙ୍କୁ ଏବେ ଅରବ ଅମୀରାତରେ ପ୍ରବେଶ ମିଳିବ ନାହିଁ।

ଏୟାର ଇଣ୍ଡିଆ ଏବଂ ଏଆଇ ଏକ୍ସପ୍ରେସ୍ ୨୧ ନଭେମ୍ବରରେ ଏନେଇ ସୂଚନା ଜାରି କରିଛି। ଯେଉଁଥିରେ କୌଣସି ପାସପୋର୍ଟ ଧାରକଙ୍କର ପ୍ରଥମ ନାମ ଥିବ କିମ୍ବା ସାଙ୍ଗିଆ ନଥିବ ତଥା କୌଣସି ନାମ ନଥିବ ତାଙ୍କୁ ସଂଯୁକ୍ତ ଆରବ ଅମୀରାତ ଦ୍ବାରା ସ୍ବୀକାର କରାଯିବ ନାହିଁ ଏବଂ ଯାତ୍ରୀଙ୍କୁ ଆଇଏନଏଡି (INAD) କୁହାଯିବ ଏବଂ ତାଙ୍କୁ ଫେରିବାକୁ ପଡ଼ିବ।

ଆଏନଏଡି, ଏହା ବିମାନ ସହ ଜଡ଼ିତ ଏକ ଏଭଳି ଶବ୍ଦ ଯାହାର ବ୍ୟବହାର ସେହି ଯାତ୍ରୀଙ୍କ ଉପରେ କରାଯାଏ ଯାହାଙ୍କୁ କୌଣସି ଦେଶରେ ପ୍ରବେଶ କରିବାକୁ ଅନୁମତି ନଥାଏ ଯେଉଁ ଦେଶକୁ ସେ ଯିବାକୁ ଚାହୁଛନ୍ତି। ଆଇଏନଏଡି ଯାତ୍ରୀଙ୍କୁ ବିମାନ ଦ୍ବାରା ନିଜ ଦେଶକୁ ଫେରିବାକୁ ହୋଇଥାଏ।

ଅବଶ୍ୟ ୟୁଏଇର ଏହି ନୂଆ ନିୟମ କେବଳ ଟ୍ରାଭେଲ ଭିଜା/ ଭିଜା ଅନ ଆରାଇଭାଲ/ ରୋଜଗାର କିମ୍ବା ଅସ୍ଥାୟୀ ଭିଜା ଥିବା ବ୍ୟକ୍ତିଙ୍କ ଉପରେ ହିଁ ଲାଗୁ ହେବ ଏବଂ ବର୍ତ୍ତମାନ ୟୁଏଇ ବାସିନ୍ଦା ତଥା କାର୍ଡ ଧାରକଙ୍କ ଉପରେ ଏହି ପରିବର୍ତ୍ତିତ ନିୟମ ଲାଗୁ ହେବନାହିଁ ।