ମୋ ବସରେ ଫ୍ରିରେ ମିଳିବ ଖବର କାଗଜ

140

ସତ୍ୟପାଠ ବ୍ୟୁରୋ : ଏଣିକି ବସରେ ମିଳିବ ଖବରକାଗଜ। ଏଥିପାଇଁ ମୋ ବସରେ ଆରମ୍ଭ ହୋଇଛି ନ୍ୟୁଜ ପେପର ଅନ ହ୍ଵିଲ୍। ଆଗକୁ ବିଭିନ୍ନ ପୁସ୍ତକ ଏବଂ ମାଗାଜିନ୍ ମଧ୍ୟ ଉପଲବ୍ଧ ହେବ ବୋଲି ସିଆରୟୁଟି ଏମଡି ଅରୁଣ ବୋଥ୍ରା କହିଛନ୍ତି।

ଆଜି ଠାରୁ ମୋ ବସରେ ଯାତ୍ରା ସମୟରେ ଆପଣଙ୍କୁ ବିରକ୍ତ ହେବାକୁ ପଡିବ ନାହିଁ। ଏଣିକି ଆପଣ ଫ୍ରିରେ ଖବର କାଗଜ ପାଇବେ। ଏଥିପାଇଁ ନ୍ୟୁଜ ପେପର ଅନ ହ୍ଵିଲ ଯୋଜନାର ଶୁଭାରମ୍ଭ ହୋଇଛି। ସିଆରୟୁଟିର ଏମଡି ଅରୁଣ ବୋଥ୍ରା ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର‌୍ୟ୍ୟାୟରେ ପରୀକ୍ଷାମୂଳକ ଭାବରେ ୪୪ଟି ଏସି ବସରେ ଖବର କାଗଜ ବଣ୍ଟନ କରାଯାଇଛି। । ଆଗକୁ ବିଭିନ୍ନ ପୁସ୍ତକ ଏବଂ ମାଗାଜିନ୍ ମଧ୍ୟ ଉପଲବ୍ଧ ହେବ। ତେବେ ଆଜି ଫ୍ରିରେ ଇଂରାଜୀ ପେପର ଯୋଗେଇ ଦିଆଯାଇଛି ଖୁବ୍ ଶୀଘ୍ର ଓଡିଆ ପେପର ଦେବେ ବୋଲି ବୋଥ୍ରା କହିଛନ୍ତି।

Comments are closed.