ଏୟାରଟେଲ୍ ୟୁଜର୍ସଙ୍କୁ ଦେବାକୁ ଯାଉଛି ଜୋରଦାର ଝଟକା !

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏୟାରଟେଲ୍ ୟୁଜର୍ସଙ୍କୁ ଦେବାକୁ ଯାଉଛି ଜୋରଦାର ଝଟକା ! ଟେଲିକମ୍ କମ୍ପାନୀର ପ୍ଲାନ୍ ପ୍ରାୟ ସମସ୍ତେ କିଣିଥାନ୍ତି । କାରଣ ଏଥିରୁ ବର୍ତ୍ତିପାରିବା ନାହିଁ, ଏହା ଆଜିର ଆବଶ୍ୟକତା । ଦେଶରେ ଅନେକ ଟେଲିକମ୍ କମ୍ପାନୀ କାମ କରୁଛନ୍ତି, ଯେଉଁମାନେ ଭଳିକି ଭଳି ପ୍ୟାକ୍ ଅଫର୍ କରୁଛନ୍ତି । ପ୍ରାଇଭେଟ୍ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଆଗାମୀ ଦିନରେ ନିଜ ପ୍ରିପେଡ୍ ପ୍ଲାନ୍ସର ମୂଲ୍ୟ ବଢାଇବାକୁ ଯାଉଛି । ଏ ନେଇ ନିଜେ କମ୍ପାନୀର ସିଇଓ ଗୋପାଲ ଭିଟଲ ଦେଇଛନ୍ତି ।ଘରୋଇ ଟେଲିକମ୍ କମ୍ପାନୀ ଏୟାରଟେଲ୍ ଚଳିତ ବର୍ଷ ତାର ପ୍ରିପେଡ୍ ପ୍ଲାନ୍ସର ମୂଲ୍ୟ ବଢାଇବାକୁ ଯାଉଛି ।

ଏ ନେଇ କମ୍ପାନୀ ସିଇଓ ନିଜେ ସୂଚନା ଦେଇଛନ୍ତି । ଯଦିଓ ଏବେ କୌଣସି ତାରିଖ ସାମ୍ନାକୁ ଆସିନାହିଁ ଯେଉଁଦିନ ପ୍ରିପେଡ୍ ପ୍ଲାନ୍ସର ମୂଲ୍ୟ ବୃଦ୍ଧି କରାଯିବ । କିନ୍ତୁ ଏହା ହେବାକୁ ଯାଉଛି । ପ୍ରିପେଡ୍ ପ୍ଲାନ୍ସର ମୂଲ୍ୟ ବୃଦ୍ଧିକୁ ନେଇ ନେଇ ଏୟାରଟେଲ୍ ସିଇଓ କହିଛନ୍ତି ଯେ, ଚଳିତ ବର୍ଷ ପ୍ରିପେଡ୍ ପ୍ଲାନ୍ସର ମୂଲ୍ୟ ବୃଦ୍ଧି କରାଯିବ । ମୂଲ୍ୟ ଏତିକି ବୃଦ୍ଧି କରାଯିବ ଯେ କମ୍ପାନୀର ଆଭରେଜ୍ ରେଭିନ୍ୟୁ ପର୍ ୟୁଜର ଅର୍ଥାତ୍ ଇଜଚଟ ୨ଶହ ଟଙ୍କାରେ ସେଟ୍ ହୋଇପାରିବ । ମୂଲ୍ୟ ବୃଦ୍ଧି ପରେ ବି ପ୍ରିପେଡ୍ ପ୍ଲାନ୍ସର ମୂଲ୍ୟ ବହୁତ କମ୍ ହିଁ ହେବ ।

Related Posts