ଶ୍ରୀଲଙ୍କାକୁ ୪୦ ହଜାର ଟନ ଡିଜେଲ ପଠାଇଲା ଭାରତ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀଲଙ୍କାକୁ ୪୦ ହଜାର ଟନ ଡିଜେଲ ପଠାଇଲା ଭାରତ । ଗୁରୁତର ଆର୍ଥିକ ସଂକଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଦିଆଯାଇଥିବା ଋଣ ସୁବିଧାରେ ଶନିବାର ୪୦ ହଜାର ଟନ ଡିଜେଲ ପହଞ୍ଚିଛି। ଗତମାସରେ ଶ୍ରୀଲଙ୍କାର ଇନ୍ଧନ ଆମଦାନୀ ଲାଗି ଭାରତ ୫୦ କୋଟି ଡଲାରର ଋଣ ସୁବିଧା ଘୋଷଣା କରିଥିଲା। ଏହି ରାଶିକୁ ଶ୍ରୀଲଙ୍କା ଇନ୍ଧନ ଆମଦାନୀ ଲାଗି ବ୍ୟୟ କରିବ। ବିଦେଶ ମୁଦ୍ରାଭଣ୍ଡାର ଶୂନ୍ୟ ହୋଇଯିବା ଯୋଗୁ ଶ୍ରୀଲଙ୍କା ଏବେ ଅତ୍ୟାବଶକୀୟ ସାମଗ୍ରୀ ଆମଦାନୀ ଲାଗି ଅସମର୍ଥ ହେଉଛି। ବିଦେଶୀ ମୁଦ୍ରାଭଣ୍ଡାର ହ୍ରାସ ସହ ଶ୍ରୀଲଙ୍କା ଟଙ୍କାର ମୂଲ୍ୟ ହ୍ରାସ ହୋଇଥିବା ବେଳେ ମୁଦ୍ରାସ୍ପିତି ବଢି ଯାଇଛି।

ଦେଶରେ ଅତ୍ୟାବଶକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ହୋଇଛି। ଫଳରେ ଦେଶରେ ଜନ ଅସନ୍ତୋଷ ଉପୁଜିଥିବା ବେଳେ ଲୋକେ ରାସ୍ତାକୁ ଓହ୍ଲାଇ ସରକାରଙ୍କୁ ବିରୋଧ କରିବାରୁ ଦେଶରେ ଜରୁରିକାଳୀ ନପରିସ୍ଥିତି ଜାରି ହୋଇଥିଲା। ଏବେ ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ହଟିଥିବା ବେଳେ ଭାରତରୁ ଡିଜେଲ ମଧ୍ୟ କଲମ୍ବୋ ପହଞ୍ଚିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts