କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କଲେ କେନ୍ଦ୍ର ସରକାର

ajay kumar valla

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲାଙ୍କ କାର୍ଯ୍ୟକାଳକୁ କେନ୍ଦ୍ର ସରକାର ସମ୍ପ୍ରସାରଣ କରିଛନ୍ତି । ତେବେ ତାଙ୍କ କାର୍ଯକାଳକୁ ଗୋଟିଏ ବର୍ଷ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଆଗାମୀ ସପ୍ତାହରେ ଅର୍ଥାତ ଅଗଷ୍ଟ ୨୨ ତାରିଖରେ ଭଲ୍ଲା ଅବସର ଗ୍ରହଣ କରିଥାନ୍ତେ । ଏନେଇ ଏନେଇ ଶ୍ରମ ଓ ନିୟୋଜନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅପରିପକ୍ଷରେ କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ୧୯୮୪ ପ୍ରଶାସନିକ ସେବାର ଆସାମ-ମେଘାଳୟ କ୍ୟାଡରର ୧୯୮୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ। ଅଗଷ୍ଟ ୨୦୧୯ ରେ ଭାଲା କେନ୍ଦ୍ର ଗୃହ ସଚିବ ଭାବରେ ନିଯୁକ୍ତ ହୋଇଥିଲେ। ମନ୍ତ୍ରିମଣ୍ଡଳର ନିଯୁକ୍ତି କମିଟି ଗୃହ ମନ୍ତ୍ରାଳୟରେ ଅବସ୍ଥାପିତ ଗୃହ ସଚିବଙ୍କ କାର୍ଯ୍ୟକାଳ (୨୨,୦୮,୨୦୨୧) ପୂରା ହେବା ପରେ ଆହୁରି ଗୋଟିଏ ବର୍ଷ କାର୍ଯ୍ୟକାଳ ବୃଦ୍ଧିକୁ ମଞ୍ଜୁରୀ ମିଳିଛି।

ତାଙ୍କର କାର୍ଯ୍ୟକାଳ ଗତବର୍ଷ ଅକ୍ଟୋବରରେ ୨୨ ଅଗଷ୍ଟ ୨୦୨୧ ଯାଏଁ ବଢ଼ାଇ ଦିଆଯାଇଥିଲା। ୬୦ ବର୍ଷ ପୂର୍ତ୍ତି ଅବସରରେ ନଭେମ୍ବର ୨୦୨୦ରେ ଅଜୟ କୁମାର ଭଲ୍ଲାଙ୍କ କାର୍ଯ୍ୟକାଳ ସମାପ୍ତ ହେବାର ଥିଲା। ଗତବର୍ଷ ଶ୍ରମ ଏବଂ ନିୟୋଜନ ମନ୍ତ୍ରାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ଦର୍ଶାଯାଇଥିଲା ଯେ, ‘ମନ୍ତ୍ରିମଣ୍ଡଳର ନିଯୁକ୍ତି ସମିତି ଭଲ୍ଲାଙ୍କୁ ତାଙ୍କର କାର୍ଯ୍ୟକାଳ ୩୦ ନଭେମ୍ବର ୨୦୨୦ ଶେଷ ହେବା ପୂର୍ବରୁ ୨୨ ଅଗଷ୍ଟ ୨୦୨୧ ପର୍ଯ୍ୟନ୍ତ ଗୃହ ସଚିବ ଭାବେ ପୁନଃ ଅବସ୍ଥାପିତ କରିବାକୁ ନେଇ ମଞ୍ଜୁରୀ ଦେଇଛି।

Related Posts