କେନ୍ଦ୍ର କର୍ମଚାରୀ ମାନଙ୍କୁ ଦଶହରା ଭେଟି; ୪% ମହଙ୍ଗା ଭତ୍ତା ବୃଦ୍ଧିକଲେ କେନ୍ଦ୍ର ସରକାର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦଶହରା ଏବଂ ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରଙ୍କ କର୍ମଚାରୀ ମାନଙ୍କୁ ବଡ଼ ଉପହାର ଦେଇଛନ୍ତି ମୋଦି ସରକାର। କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪% ବୃଦ୍ଧି କରିଛନ୍ତି ସରକାର। ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୪% ମହଙ୍ଗା ଭତ୍ତା ବୃଦ୍ଧି ଫଳରେ ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩୨%ରୁ ୩୮%କୁ ବୃଦ୍ଧି ପାଇଛି। ସରକାରଙ୍କ ଏହି ନିଷ୍ପତ୍ତି ଜୁଲାଇ ୧ରୁ କାର୍ଯ୍ୟକାରୀ ହେବ।ଜୁଲାଇ ଏବଂ ଅଗଷ୍ଟ ମାସ ପାଇଁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଡିଏରେ ବକେୟା ଅର୍ଥ ପ୍ରଦାନ କରାଯିବ।

ସୂଚନାଯୋଗ୍ୟ ଯେ, ଗତ ମାର୍ଚ୍ଚ ମାସରେ କେନ୍ଦ୍ର ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କ ଡିଏ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ଜାନୁୟାରୀ ୧, ୨୦୨୨ରୁ କାର୍ଯ୍ୟକାରୀ କରାଯାଇଥିଲା। କେନ୍ଦ୍ରୀୟ କର୍ମଚାରୀଙ୍କ ବ୍ୟତୀତ ପେନସନ ଭୋଗୀମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିର ଲାଭ ପାଇବେ।

Related Posts